ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପଦ୍ମପୁର : ତିନି ଦଳର ପ୍ରଚାର ଏବେ ଜୋରସୋରରେ ଚାଲିଛି । ପ୍ରାର୍ଥୀ ଆଉ ନେତାମାନେ ଘରକୁ ଘର ଯାଇ ଭୋଟ୍ ଭିକ୍ଷା କରୁଥିବାବେଳେ, ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ୪ ଦିନ ସେ ପଦ୍ମପୁରରେ ରୋଡ ସୋ’ କରିବା ସହିତ ପ୍ରଦୀପ ପୁରୋହିତଙ୍କ ପାଇଁ କ୍ୟାମ୍ପେନ୍ କରିବେ ବୋଲି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ୨୯ ତାରିଖଠୁ ଆରମ୍ଭ କରି ୩୦ ତାରିଖ, ୧ ତାରିଖ ଏବଂ ୩ ତାରିଖ ଦିନ ପଦ୍ମପୁରରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ।