ଦୁଇ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ରାୟଗଡ଼ା ହୋଟେଲରେ ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାରକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚା ହେବା ପରେ ରାଜ୍ୟରେ ଏହି ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ କରିବ । ରୁଷୀୟ ସାଂସଦ ପାଭେଲ ଆଣ୍ଟୋଭ ଓ ତାଙ୍କ ବନ୍ଧୁଙ୍କ ମୃତ୍ୟୁ ହେବାକୁ ନେଇ ଏବେ ଯାଂଚ ହେବ । ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବା ନେଇ ପୁଲିସ ଡିଜି ନିର୍ଦେଶ ଦେଇଛନ୍ତି । ୨ ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଥିବାରୁ ପୁଲିସ ଡିଜି ଏହି ନିଷ୍ପତ୍ତି ନେଇଛନ୍ତି । ରାୟଗଡ଼ାର ଏକ ହୋଟେଲରେ ୨ ଦିନରେ  ୨ଜଣଙ୍କ ମୃତ୍ୟୁ ଘଟିବାକୁ ନେଇ ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚା ଆରମ୍ଭ ହୋଇଯାଇଛି । କୁହାଯାଉଛି ଏହାକୁ ନେଇ ପୁଟିନ ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି । ଯାହାକୁ ନେଇ ପୁଲିସ ଜୋରଦାର ଖୋଳତାଡ଼ କରୁଛି । ଏହି ଘଟଣାକୁ ନେଇ ଏବେ ତଦନ୍ତ ଜୋରସୋରରେ ଚାଲିଛି