ପାହାଳ ନିକଟରେ ସଡ଼କ ଦୁର୍ଘଟଣାରେ ୨ ମୃତ
ଭୁବନେଶ୍ୱର: ଗତକାଲି ରାତିରେ ପାହାଳ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଦୁଇଜଣଙ୍କ ମୃତ୍ୟୁ ଘଟିଛି। ଟ୍ରକକୁ କାର୍ ପିଟିବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ଆହତ ହୋଇ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାଟସ୍ଥଳରେ ପାହାଳ ଥାନା ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକ ଦୁଇଜଣ ହେଲେ ଯାଜପୁରର ଅମୂଲ୍ୟ ଦାଶ ଏବଂ ଭଦ୍ରକର ସୁଶୀଲ କୁମାର କର । କଟକ ପଟୁ ଆସୁଥିବା ମାରୁତି ଡିଜାର କାର୍ ଟ୍ରକ୍ ସହ ଜୋରଦାର ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଘଟଣା ସ୍ଥଳରେ ପାହାଳ ପୁଲିସ୍ ପହଞ୍ଚି ରାସ୍ତା କ୍ଲୀୟର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଗତକାଲି ବିଳମ୍ବିତ ରାତିରେ ପାହାଳ ଥାନା ନିକଟ ୧୬ ନମ୍ବର ଜାତୀୟ ରାଜପଥ ଉପରେ ଏପରି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ।