ବିଧାୟକଙ୍କ ଅଡ଼ୁଆ ବଢ଼ିଲା

ପ୍ରେମକୁ ନେଇ  ବଢ଼ିଲା ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ । ପ୍ରେମିକା ସୋମାଲିକା ଦାସଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୁଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ୍ ନିଷ୍କ୍ରିୟତା ଅଭିଯୋଗ ନେଇ ସୋମାଲିକା ଆବେଦନ ଦାୟର କରିଥିଲେ । ଏହି ଆବେଦନ ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜିକରଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସାର୍ଟିଫାଏଡ କପି ସହିତ ସାନି ଅଭିଯୋଗ ଆବେଦନକାରୀ ଆଇଆଇସିଙ୍କ ନିକଟରେ ଦାଖଲ କରିବାକୁ କୋର୍ଟ କହିଛନ୍ତି ।ବିଜୟ ଶଙ୍କର ବିବାହ ପ୍ରତିଶ୍ରୁତି ଦେଇ ଏଥିରୁ ପରେ ଓହରିଯାଇଥିବା ନେଇ ସୋମାଲିକା ଅଭିଯୋଗ କରିଥିଲେ । ଏନେଇ ମାମଲା ଚାଲୁ ରହିଛି ।