ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ

ହାୱଡ଼ା-ପୁରୀ ‘ବନ୍ଦେ ଭାରତ’ ଏକ୍ସପ୍ରେସର ଟ୍ରାଏଲ ରନ୍ ଆରମ୍ଭ।  ସକାଳ ୬ଟା ୧୦ରେ ହାୱଡ଼ା ଛାଡ଼ିଲା। ଖଡ଼ଗପୁର, ଭଦ୍ରକ, ଯାଜପୁର, କଟକରେ ୨ ମିନିଟ ଲେଖାଏଁ ରହଣି, ଭୁବନେଶ୍ୱର, ଖୋର୍ଦ୍ଧାରେ ୨ ମିନିଟ ଲେଖା ରହି ପୁରୀ ଯିବ। ୧୨ଟା ୩୫ରେ ପୁରୀରେ ପହଞ୍ଚି ୧ଟା ୫୦ରେ ପୁରୀ ଛାଡ଼ିବ। ରାତି ୮ଟା ୩୦ରେ ହାୱଡ଼ାରେ ପହଞ୍ଚିବ।

୧୩୦ କିମି ବେଗରେ ଗତି କରୁଥିବା ଏହି ଟ୍ରେନ୍‌ ଚଳାଚଳ ଲାଗି ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି।  ନିୟମିତ ଭାବେ ଟ୍ରେନ୍‌ ଚାଲିବା ପୂର୍ବରୁ ୩ଟି ଟ୍ରାଏଲ୍‌ ରନ୍‌ କରାଯିବ ।  ବାଟରେ ୬ଟି ଷ୍ଟେସନ୍‌ରେ ରହଣି କରିବ। ସକାଳ ୭ଟା ୩୮ରେ ଖଡ଼ଗପୁର, ୯ଟା ୪୮ରେ ଭଦ୍ରକ, ୧୦ଟା ୨୧ରେ ଯାଜପୁର କେନ୍ଦୁଝର ରୋଡ୍‌, ୧୧ଟାରେ କଟକ, ୧୧ଟା ୨୨ରେ ଭୁବନେଶ୍ବର, ଖୋର୍ଦ୍ଧାରୋଡ୍‌ରେ ୧୧ଟା ୪୦ରେ ଦୁଇ ମିନିଟ୍‌ ଲେଖାଏଁ ଅଟକିବ ଏବଂ ମଧ୍ୟାହ୍ନ ୧୨ଟା ୩୫ରେ ପୁରୀ ଷ୍ଟେସନରେ ପହଞ୍ଚିବ। ଅପରାହ୍ଣ ୧ଟା ୫୦ରେ ‌ବନ୍ଦେ ଭାରତ ପୁରୀରୁ ହାୱଡ଼ା ଅଭିମୁଖେ ବାହାରିବ। ଅପରାହ୍ଣ ୨ଟା ୨୩ରେ ଖୋର୍ଦ୍ଧା‌ରୋଡ୍‌, ୨ଟା ୪୩ରେ ଭୁବନେଶ୍ବର, ୩ଟା ୧୦ରେ କଟକ, ୪ଟାରେ ଯାଜପୁର କେନ୍ଦୁଝର ରୋଡ୍‌, ୪ଟା ୩୩ରେ ଭଦ୍ରକ, ୬ଟା ୩୫ରେ ଖଡ଼ଗପୁରରେ ଦୁଇ ମିନିଟ୍‌ ଲେଖାଏଁ ଅଟକିବା ପରେ ରାତି ୮ଟା ୩୦ରେ ହାଓଡ଼ାରେ ପହଞ୍ଚିବ।