ବାଣ ବିସ୍ଫୋରଣରେ ଚାଲିଗଲା ଯୁବକଙ୍କ ଜୀବନ, ୨ ଆହତ

ଦୀପାବଳିରେ ଅଘଟଣ ଘଟିବାରୁ ବାଣ ବିସ୍ଫୋରଣରେ ତିନି ଜଣ ଆହତ ହୋଇଛନ୍ତି। ପୁରୀ ସଦର ଥାନା ବାଟ ଗାଁରେ ଘଟିଛି ଏହି ଘଟଣା। ଆହତମାନେ ହେଉଛନ୍ତି, ଗୁଲା ରାଉତ, ଲିପା ରାଉତ ଓ ସଞ୍ଜୟ ଜେନା। ଗୁଲା ଓ ସଞ୍ଜୟଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡ଼ି ଯାଇଥିବା ଜଣାପଡ଼ିଛି।

ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ କଟକ ସ୍ଥାନାନ୍ତର କରାଯାଇଛି। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଣ୍ଣ ୟୁନିଟ ନଥିବାରୁ ସେମାନଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ଲିପା ରାଉତଙ୍କୁ ମଧ୍ୟ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ହାତ ଓ ମୁହଁରେ ଆଘାତ ଲାଗିଛି।

କଟକ, କେନ୍ଦ୍ରାପଡା ଏବଂ ନୟାଗଡ ଜିଲ୍ଲାରୁ ଆସିଥିବା ମୋଟ ୧୭ ଜଣ ଦୀପାବଳୀରେ ଆହତ ଏସସିବି ମେଡିକାଲର କାଜୁଆଲିଟିରେ ଭର୍ତ୍ତି ହୋଇଛନ୍ତି।

ସେହିପରି ରାଜଧାନୀ ଭୁବନେଶ୍ବରରେ ବାଣ ଫୁଟାଇ ସ୍ବାମୀ ଓ ସ୍ତ୍ରୀ ଆହତ ହୋଇଛନ୍ତି। ଦଂପତିଙ୍କ ହାତ ଜଳି ଯାଇଛି। ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏତଦ୍‌ ବ୍ୟତୀତ ୨୫ରୁ ଅଧିକ  ଯୁବକ, ଯୁବତୀ, ଛୋଟ ଛୁଆ ବାଣ ଫୁଟାଇ ଖଣ୍ଡିଆ ଖାବରା ହୋଇ କ୍ୟାପିଟାଲ ହସ୍ପିଟାଲରେକୁ ଆସିଛନ୍ତି।  ଏପର୍ଯ୍ୟନ୍ତ କ୍ୟାପିଟାଲ ହସ୍ପିଟାଲରେ ୨୫ରୁ ଊର୍ଦ୍ଧ୍ବ ପୋଡ଼ା ମାମଲା ଆସିଥିବା ସୂଚନା  ରହିଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।