ରୋଜଗାର ମେଳାରେ ନିଯୁକ୍ତିପତ୍ର ପାଇ ଖୁସି ବ୍ୟକ୍ତ କଲେ ଯୁବପିଢ଼ି

ଭୁବନେଶ୍ୱର : ନିଯୁକ୍ତି ପତ୍ର ପାଇଁ ଖୁସି ବ୍ୟକ୍ତି କରିଛନ୍ତି ଯୁବପିଢ଼ି । ପରିବାରର ଗୁରୁ ଦାୟିତ୍ବ ଥିବା ବେଳେ ସରକାରୀ ଚାକିରି ପାଇଥିବାରୁ ପରିବାରର ଅଭାବ ପୂରଣ ହୋଇପାରିବ ବୋଲି ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ 75 ହଜାର ଆଶାୟୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଛନ୍ତି । ଓଡ଼ିଶାରେ ମଧ୍ୟ ଏହି ମେଳା ଆୟୋଜନ କରାଯାଇଥିଲା ।  ରୋଜଗାର ମେଳା ମାଧ୍ୟମରେ ନିଯୁକ୍ତି ପାଇଥିବା ଯୁବକ/ଯୁବତୀମାନେ ଦେଶର ଅମୃତ କାଳରେ ଜଣେ ଜଣେ ସଚ୍ଚା ସୈନିକ ଭାବେ କାମ କରନ୍ତୁ।ଭୁବନେଶ୍ୱରଠାରେ ରୋଜଗାର ମେଳାରେ ନିଯୁକ୍ତିପତ୍ର ବିତରଣ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
ଭୁବନେଶ୍ୱରସ୍ଥିତ ସିଏସଆଇଆର-ଆଇଏମଏମଟିଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରୋଜଗାର ମେଳାର ତୃତୀୟ ସଂସ୍କରଣର ଶୁଭାରମ୍ଭ କରିବା ସହ ଭାରତ ସରକାରଙ୍କ ବିଭିନ୍ନ ବିଭାଗରେ ୧୨୮ଜଣ ନବନିଯୁକ୍ତ ଯୁବକ/ଯୁବତୀଙ୍କୁ ନିଯୁକ୍ତିପତ୍ର ବାଣ୍ଟିଥିଲେ।