ଏବର୍ଷ ସବୁଠୁ ବଡ଼ ତାତି

ଭୁବନେଶ୍ବର: ଏବର୍ଷ ସବୁଠୁ ବଡ଼ ତାତି । କେବଳ ରାଜଧାନୀ ଭୁବନେଶ୍ବରରେ ପ୍ରଚଣ୍ଡ ରୌଦ୍ରତାପ ଅନୁଭୂତ ହେଉଛି ତା’ ନୁହେଁ, ରାଜ୍ୟର ୨୯ଟି ସହରରେ ଆଜି ଲୋକେ ପ୍ରଚଣ୍ଡ ଗ୍ରୀଷ୍ମରେ କଲବଲ ହୋଇଛନ୍ତି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପ୍ରିଲ ୧୯ ଓ ୨୦ ପାଇଁ ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି। ଯୁକ୍ତ୨ ପର୍ଯ୍ୟନ୍ତ ଶିକ୍ଷା ପ୍ରଦାନ କରୁଥିବା ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ଘରୋଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ବନ୍ଦ ରହିବ। ଏଥିସହ ପ୍ରି-ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ମଧ୍ୟ ଛୁଟି ଘୋଷଣା ହୋଇଛି। ଆଜି ଦିନ ୨ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୩.୨ ଡ଼ିଗ୍ରୀ, ସମ୍ବଲପୁର: ୪୨.୮ ଡ଼ିଗ୍ରୀ, ଭୁବନେଶ୍ୱର: ୪୧.୮ ଡ଼ିଗ୍ରୀ , ହୀରାକୁଦ: ୪୧.୬, ଡ଼ିଗ୍ରୀ ଚାନ୍ଦବାଲି: ୪୦.୬ ଡ଼ିଗ୍ରୀ, କେନ୍ଦୁଝର:୪୦.୦ ଡ଼ିଗ୍ରୀ, ବାଲେଶ୍ୱର: ୩୬.୪ ଡ଼ିଗ୍ରୀ , ପୁରୀ: ୩୪.୦ ଡ଼ିଗ୍ରୀ , ଗୋପାଳପୁର:୩୩.୨ ଡ଼ିଗ୍ରୀ, ପାରାଦୀପ:୩୨.୬ ଡ଼ିଗ୍ରୀ

ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। ରାଜ୍ୟରେ ଖରା, ତାତି ଓ ଗୁଳୁଗୁଳି ଏବେ ଜାରି ରହିବ। ରାଜ୍ୟର ୬ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର ଓ ବୌଦ୍ଧ ଆଦି ଜିଲ୍ଲାରେ ହିଟ୍‌ୱେଭ୍‌ ବା ଗ୍ରୀଷ୍ମ ପ୍ରବାହ ଜାରି ରହିବ। ଏଣୁ ଏହି ସବୁ ଜିଲ୍ଲା‌ରେ ୟେଲୋୱାର୍ଣ୍ଣିଂ ଜାରି କରାଯିବା ସହ ଖରା ସମୟରେ ସତର୍କ ରହିବାକୁ ଓ ସୁରକ୍ଷିତ ସ୍ଥାନରେ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି।