ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛରେ କିଏ? ପୋଲିସର ହାତ ଖାଲି

ଭୁବନେଶ୍ୱର: ଶୁଭଲକ୍ଷ୍ମୀ ସୁଇସାଇଡ଼ ପଛରେ କିଏ ତାକୁ ନେଇ କିଛି ଦିନ ହେଲା ନୂଆ ନୂଆ ତଥ୍ୟ ବାହାରୁଛି । ପୋଲିସ ତଦନ୍ତ ଜାରି ରଖିଥିବା ବେଳେ  ଆତ୍ମହତ୍ୟା ପଛରେ କିଛି ଭିଡିଓ ଥିବା କୁହାଯାଉଛି ।  ସୋସିଆଲ ମିଡିଆରେ ଘୁରି ବୁଲୁଛି ଶୁଭଲ୍ମକ୍ଷୀଙ୍କ ୩ଟି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ । ଭିନ୍ନ ଭିନ୍ନ ଯୁବକଙ୍କ ସହ ଶୁଭଲକ୍ଷ୍ମୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ ହେଉଛି । ତେବେ ଭିଡିଓର ସତ୍ୟତା ମଧ୍ୟ ପୋଲିସ ସ୍ବୀକାର କରିନାହିଁ ।  କିଏ ଶୁଭଲକ୍ଷ୍ମୀଙ୍କୁ ବ୍ଲାକମେଲ କରୁଥିଲା ତାହା ଏବେ ବଡ଼ ପ୍ରଶ୍ନ । ଘର ଲୋକ ଏହା ହତ୍ୟାକାଣ୍ଡ କହୁଥିବା ବେଳେ ପୋଲିସ କିନ୍ତୁ ଅଲଗା କହୁଛି । ଭୁବନେଶ୍ୱର ଡିସିପି ପ୍ରତୀକ ସିଂହ କହିଛନ୍ତି, ମାନସିକ ଚାପରେ ରହୁଥିଲେ ଶୁଭଲକ୍ଷ୍ମୀ। ମାନସିକ ଚାପର କାରଣକୁ ନେଇ ସବୁ ଦିଗକୁ ନେଇ ତଦନ୍ତ କରୁଛି ପୋଲିସ । ସିଡିଆର ରିପୋର୍ଟ ରୁ ସେମିତି କିଛି ତଥ୍ୟ ମିଳିନାହିଁ। ମୋବାଇଲରୁ ବି ମିଳିନି କିଛି ତଥ୍ୟ। ତଦନ୍ତ ବେଳେ କୌଣସି ଭାଇରଲ ଭିଡିଓ ପୁଲିସ ହାତରେ ଲାଗିନି ବା ଭାଇରଲ ହେଉଥିବା ଭିଡିଓର ସତ୍ୟତା ନାହିଁ। ସେ ଭିଡ଼ିଓ କାହାର ତାହା ବି ସ୍ପଷ୍ଟ ହୋଇ ପାରୁନି। ସେ ଆହୁରି କହିଛନ୍ତି,ଦୀପାଲି ହୋଟେଲର ସିସିଟିଭି ଯାଞ୍ଚ କରାଯାଇଛି, ଶୁଭଲକ୍ଷ୍ମୀଙ୍କ ଯିବା ଆସିବା ସମୟରେ ସିସିଟିଭି, କେତେବେଳେ ଆସିଥିଲେ ଓ କେତେବେଳେ ଯାଇଥିଲେ ସବୁ ଦିଗକୁ ନେଇ ତଦନ୍ତ କରାଯାଇଛି।  ଏହାଛଡ଼ା ପରିବାର ସହ ବନ୍ଧୁ, ବାରର କର୍ମଚାରୀଙ୍କୁ ପଚରାଉଚରା ଶେଷ ହୋଇଛି।