ସୁଭଦ୍ରା ଯୋଜନା : ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଓ କେମିତି କରିବେ ଆବେଦନ ଆସନ୍ତୁ ଜାଣିବା

ରାଜ୍ୟରେ ମୁଖ୍ୟମନ୍ତ୍ରୀ ପ୍ରଥମ ଦିନରେ ଚାରିଟି ପ୍ରତିଶ୍ରୁତି ଉପରେ କ୍ୟାବିନେଟ୍ ମୋହର ମାରିବା ସହ ଶୀଘ୍ର ପୂରଣ ପାଇଁ ଘୋଷଣା କରିଛନ୍ତି । ସେହି ଘୋଷଣା ଭିତରେ ସବୁଠାରୁ ଚର୍ଚ୍ଚାରେ ରହିଛି ସୁଭଦ୍ରା ଯୋଜନା । ତେବେ କିଏ ଏହି ଯୋଜନାରୁ ଲାଭ ପାଇବେ ଓ କେମିତି କରିବେ ଆବେଦନ ଆସନ୍ତୁ ଜାଣିବା ।

କେଉଁ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ସେ ନେଇ ଆସିଛି ତଥ୍ୟ ।

ସୁଭଦ୍ରା ଯୋଜନା: କେଉଁମାନେ ଯୋଜନା ପାଇଁ ଯୋଗ୍ୟ?
– ମହିଳା ଜଣଙ୍କ ଓଡି଼ଶାର ବାସିନ୍ଦା ହୋଇଥିବେ
– ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ
– କେବଳ ବିବାହିତା ମହିଳା ମାନେ ଅନ୍ତର୍ଭୁକ୍ତ ହୋଇପାରିବେ
– ଗୋଟିଏ ପରିବାରରୁ ଜଣଙ୍କୁ ସୁଭଦ୍ରା ଭାଉଚର ମିଳିବ
– ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥିବେ
– ଅବିବାହିତ ମହିଳା ହୋଇପାରିବେନି ସାମିଲ
– ଅଙ୍ଗନବାଡି କର୍ମୀ ହୋଇପାରିବେ ହିତାଧିକାରୀ

ତେବେ ସୁଭଦ୍ରା ଯୋଜନାରେ ସାମିଲ ହେବାକୁ କଣ କଣ ପ୍ରମାଣପତ୍ର ଦାଖଲ କରିବାକୁ ପଡିବ ନଜର ପକାନ୍ତୁ ..
ସୁଭଦ୍ରା ଯୋଜନା: ଦରକାର ପଡିବ ଏସବୁ ଡକ୍ୟୁମେଂଟ
– ଆଧାର କାର୍ଡ୍
– ବ୍ୟାଙ୍କ୍ ଆକାଉଂଟ୍ ତଥ୍ୟ
– ଠିକଣା ପ୍ରମାଣ ପତ୍ର
– ମୋବାଇଲ ନମ୍ବର
– ପାସପୋର୍ଟ୍ ଫଟୋ
– ଆୟ ପ୍ରମାଣ ପତ୍ର
– ରାସନ କାର୍ଡ

ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଏହି ସବୁ ଯୋଗ୍ୟତା ଆବଶ୍ୟକ ବୋଲି ଆଲୋଚନା ହେଉଛି । କିନ୍ତୁ ସରକାରଙ୍କ ପକ୍ଷରୁ ଏ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ନୋଟିଫିକେସନ ଆସିନାହିଁ । ଖୁବଶୀଘ୍ର ନୋଟିଫିକେସନ ଆସିବ ଓ ଅନଲାଇନ ଆବେଦନ ଆରମ୍ଭ ହେବ ବୋଲି କୁହାଯାଉଛି ।