ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଭଦ୍ରା ଯୋଜନାର ଶୁଭାରମ୍ଭ କଲେ
ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସୁଭଦ୍ରା ଯୋଜନାକୁ ଉଦଘାଟନ କରିଛନ୍ତି । ଆଜି ଏନଡିଏ ସରକାରର ଶହେ ଦିନ ପୂରଣ କରିଛି । ଗରିବ, କିସାନ ଏବଂ ମହିଳାଙ୍କ ପାଇଁ ବଡ଼ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି ଆମ ସରକାର । 3 କୋଟି ପକ୍କା ଘର ଦିଆଯାଇଛି । 2 ଲକ୍ଷ କୋଟି ଟଙ୍କା ଯୁବପିଢ଼ିଙ୍କ ପାଇଁ କରାଯାଇଛି । ପ୍ରାଇଭେଟ କଂପାନୀରେ ପ୍ରଥମ ଚାକିରିର ପ୍ରଥମ ସାଲାରୀ ସରକାର ଦେଉଛନ୍ତି । 75 ଲକ୍ଷ ମେଡିକାଲ ସିଟ୍ ପୂରଣ ହୋଇଛି । 25 ହଜାର ଗ୍ରାମକୁ ପକ୍କା ସଡ଼କ ହୋଇଛି । ଏହାର ଫାଇଦା ଓଡ଼ିଶାକୁ ବି ମିଳୁଛି । 60 ହଜାର ଆଦିବାସୀ ଗ୍ରାମର ବିକାଶ ହେଉଛି । ସରକାରୀ କର୍ମଚାରୀଙ୍କ ପାଇଁ ସାନଦାର ପେନସନ ଯୋଜନା ଆମ ସରକାର ଘୋଷଣା କରିଛି । 11 ଲକ୍ଷ ଲକ୍ଷପତି ଦିଦି ବନିଛନ୍ତି ।ପ୍ରଧାନମନ୍ତ୍ରୀ 3800 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବେ । ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ କହିଲେ -ଏଯାବତ ୭୨ ଲକ୍ଷ ମହିଳା ପଞ୍ଜୀକରଣ କରିଛନ୍ତି । ୧ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଲାଭ ମିଳିବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାକ କରି କହିଥିଲେ ମୋଦିଜୀଙ୍କ ନେତୃତ୍ବରେ ଓଡ଼ିଶା ବିକାଶ ଦିଗରେ ଗତି କରୁଛି । ଓଡ଼ିଶା ପ୍ରଥମ ବଗି ହେବ । ଓଡ଼ିଶା ନିଜର ଲକ୍ଷ୍ୟ ହାସଲ କରିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ବିମାନବନ୍ଦରରୁ ସିଧାସଳଖ ଗାଡ଼କଣରେ ପହଞ୍ଚିଥିଲେ। ଗାଡ଼କଣରେ ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀମାନଙ୍କୁ ଗୃହପ୍ରବେଶ କରାଇଥିଲେ। ଏଠାରେ ଲୋକଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ପ୍ରଧାନମନ୍ତ୍ରୀ ସ୍ଥାନୀୟ ବାସିନ୍ଦାଙ୍କ ସହ ମନଖୋଲି କଥା ହୋଇଥିବାର ଦେଖିବାକୁ ମିଳିଥିଲା।