ସମ୍ପାଦକ ପଦ ଛାଡ଼ିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ

ସମ୍ବାଦ ସଂପାଦକ ପଦ ଛାଡ଼ିଲେ ସୌମ୍ୟ ରଂଜନ ପଟ୍ଟନାୟକ। ତନୟା ପଟ୍ଟନାୟକ ହେଲେ ନୂଆ ସଂପାଦକ ।  ସଂପାଦକ ପଦରୁ ଅବ୍ୟାହତି ସଂପର୍କରେ ସୌମ୍ୟଙ୍କ ଖବର କାଗଜରେ ସୂଚନା ଦିଆଯାଇଛି । ସେ ଦୀର୍ଘ ବର୍ଷ ଧରି ସଂପାଦକ ପଦରେ ରହି ଆସିଥିଲେ। ପୂର୍ବତନ କର୍ମଚାରୀ ଲୋନ୍ ଠକେଇ ନେଇ ଅଭିଯୋଗ କରିବା ପରେ ମାମଲା ରୁଜୁ ହେବା ସହିତ EOW ପକ୍ଷରୁ ତନାଘନା ଜାରି ରହିଛି। ଏପରିକି କିଛି ଦିନ ତଳେ EOW ଅଧିକାରୀମାନେ ଖବରକାଗଜ ଅଫିସରେ ପଶି ଯାଂଚ କରିବା ସହିତ କର୍ମଚାମାନଙ୍କୁ ପଚରାଉଚରା କରିଥିଲେ। ଏହି ଘଟଣାକୁ ନେଇ ତମ୍ବିତୋଫାନ ଥମି ନଥିବା ବେଳେ ସୌମ୍ୟରଂଜନ, ସଂପାଦକ ପଦ ଛାଡ଼ି ଦେବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ ସମ୍ବାଦର ନୂଆ ସଂପାଦକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ୧୯୮୪ରେ ସମ୍ବାଦ ପ୍ରତିଷ୍ଠା ହେବା ଠାରୁ ସୌମ୍ୟରଞ୍ଜନ ପଟ୍ଟନାୟକ ଏହାର ସମ୍ପାଦକ ଭାବେ ଦାୟିତ୍ବ ତୁଲାଇ ଆସୁଥିଲେ ।