ମାଷ୍ଟର କ୍ୟାଣ୍ଟିନ୍ରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ
ରକ୍ତରଞ୍ଜିତ ହେଲା ରାଜଧାନୀ। ମାଷ୍ଟର କ୍ୟାଣ୍ଟିନ୍ ଛକରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲେ ଦୁର୍ବୃତ୍ତ। ଯୁବକଙ୍କ ଛାତି ଓ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଯୁବକଙ୍କୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିଛି କ୍ୟାପିଟାଲ ଥାନା ପୋଲିସ। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କ ସେଠାରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି। ତେବେ ଗୁରୁତର ଯୁବକଙ୍କ ପରିଚୟ ମିଳିପାରିନାହିଁ। ତେବେ କେଉଁ କାରଣରୁ ଯୁବକଙ୍କୁ ଦୁର୍ବୃତ୍ତମାନେ ମରାଣାନ୍ତକ ଆକ୍ରମଣ କରିଛନ୍ତି ତାହା ସ୍ପଷ୍ଟ ଜଣାପଡିନାହିଁ।