ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା

ସମ୍ବଲପୁର: ଆଜି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାରେ ମହାଦେବଙ୍କ ହାତ ଧରିବେ ମାଆ ପାର୍ବତୀ। ଶୀତଳଷଷ୍ଠୀ ଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ସରିଛି । ମାଆଙ୍କୁ କନ୍ୟା ରୂପେ ପାଇ ସୌଭାଗ୍ୟ ପାଇଛନ୍ତି ବୁଢାରାଜା ପଡ଼ାର ସୁରେଖା ଓ ତାଙ୍କ ପରିବାର। ମହାଦେବଙ୍କୁ ଜ୍ବାଇଁ ରୂପେ ବାଛିଥିବାରୁ ଅତ୍ୟନ୍ତ ଆନନ୍ଦିତ ପରିବାର। ଜ୍ବାଇଁଙ୍କ ପାଇଁ ସୁନା, ରୁପାଠାରୁ ଆରମ୍ଭ କରି ସମସ୍ତ ସାଜସାମାନ କିଣା ସରିଛି। ଗୋଟି ଗୋଟିକରି ସବୁ ଜିନିଷକୁ ସଜାଇ ରଖିଛନ୍ତି କନ୍ୟା ପିତାମାତା । ବୁଢାରାଜା, ନନ୍ଦପଡାର ବମବରାଡ଼ ବାଲୁଙ୍କେଶ୍ବର, ଝାଡୁଆପଡ଼ା ଏବଂ ମୁଦିପଡ଼lରେ ଯାତ୍ରା କମିଟି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି।