ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଉଦ୍‌ଘାଟିତ

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ୟୁନିଟ୍-୯ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ଆରମ୍ଭ ହୋଇଛି ୩ ଦନିଆ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ସୁରଭି । ଉଦ୍‌ଘାଟନୀ ଉତ୍ସବରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି, ଭୁବନେଶ୍ଵର ମେୟର ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଅତିଥି ଭାବେ ଯୋଗ ଦେଇଥିଲେ । ମୌଳିକ ସ୍ୱାକ୍ଷରତା ଓ ସଂଖ୍ୟାଗାନ କାଯ୍ୟକ୍ରମକୁ ସୁରଭି ରେ ସାମିଲ କରାଯାଇଛି । କାର୍ଯ୍ୟକ୍ରମରେ ୩୨ ଷ୍ଟଲ, ୩ଟି କର୍ମଶାଳା, ୨ ହଜାର ଛାତ୍ରଛାତ୍ରୀ ଓ ୧୨ ଶହ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି ।ସୁରଭିରେ ଦେଖିବାକୁ ମିଳିଛି ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରଣର ଗାଥା । ଚଳିତବର୍ଷ ତିଆରି ହୋଇଛି ଆକାଂକ୍ଷୀ ପାଭିଲିୟନ୍ । ଏଠାରେ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ଫାଇଭ-ଟି ବିଦ୍ୟାଳୟ ରୂପାନ୍ତରଣ ଅଧୀନରେ ଗ୍ରହଣ କରାଯାଇଥିବା ଅଭିନବ ପଦକ୍ଷେପଗୁଡ଼ିକୁ ଦେଖିବାକୁ ପାଇଛନ୍ତି ।