ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ

ଭୁବନେଶ୍ୱର:  ରାଜ୍ୟସ୍ତରୀୟ ସିଙ୍ଗଲ ଓ୍ବିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୧୮ ଶିଳ୍ପକୁ ଅନୁମୋଦନ ମିଳିଛି । ମେଟାଲ୍ ଡାଉନଷ୍ଟ୍ରିମିଂ, ଫାର୍ମାସ୍ୟୁଟିକାଲ୍, ଖାଦ୍ୟ ପ୍ରକ୍ରିୟାକରଣ, ସିମେଣ୍ଟ, ଟେକ୍ସଟାଇଲ୍ ଏବଂ ପୋଷାକ, ଆଇଟି, ଇଏସଡିଏମ୍ ଏବଂ ଏଗ୍ରୋ ପ୍ରକ୍ରିୟାକରଣ ପରି ବିଭିନ୍ନ କ୍ଷେତ୍ରଗୁଡିକରେ ନିବେଶ ପାଇଁ ଅନୁମୋଦନ ମିଳିଛି । ମଞ୍ଜୁରୀପ୍ରାପ୍ତ ପ୍ରକଳ୍ପଗୁଡ଼ିକ ଯାଜପୁର, ଖୋର୍ଦ୍ଧା, କୋରାପୁଟ, କଟକ, ସୁନ୍ଦରଗଡ଼, ଭଦ୍ରକ, ସୋନପୁର, ବଲାଙ୍ଗୀର ଏବଂ ବୌଦ୍ଧ ଜିଲ୍ଲା ସ୍ଥାପନ କରାଯିବ ।

ଏହି ପ୍ରକଳ୍ପ ପାଇଁ ରାଜ୍ୟରେ ୩ ହଜାର ୪୫୭ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହି ନିବେଶ ପରେ ୧୪ ହଜାର ୪୩୬ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ୧୮ଟି ଶିଳ୍ପ ମଧ୍ୟରୁ ମେକ୍ ଇନ ଓଡ଼ିଶା କନକ୍ଳେଭ ୨୦୨୨ରେ ୧୦ଟି କମ୍ପାନୀ ନିବେଶ ପାଇଁ ପ୍ରସ୍ତାବ ଦେଇଥିଲେ ।