ଭୁବନେଶ୍ୱର: ନିଜ ଅପାରଗତା ଲୁଚାଇବାକୁ ସାଧାରଣ ଲୋକ ଓ ମହିଳାଙ୍କୁ ଗୁଣ୍ଡା କହୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୀତି ନୈତିକତା ଭୁଲି ଏସଏଚଜି ମାଆମାନଙ୍କୁ ଗୁଣ୍ଡା ବୋଲି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ଅପରାଜିତା । ତାଙ୍କର ଏଭଳି ହୀନ ଆଚରଣକୁ ନିନ୍ଦା କରିବା ସହିତ କ୍ଷମା ମାଗିବାକୁ ବିଜେଡି ଦାବି କରିଛି । ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଅହଂକାରୀ ହୋଇପଡ଼ିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକଛତ୍ରବାଦ ଚଳାଇବାକୁ ଉଦ୍ୟମ କରୁଛନ୍ତି । ଯେଉଁ ଲୋକମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ ଭାବେ ନିର୍ବାଚିତ କରିଛନ୍ତି, ସେମାନଙ୍କର ପ୍ରଶ୍ନ ପଚାରିବାର ଅଧିକାରୀ ଅଛି । ବିକାଶକୁ ନେଇ ଲୋକ ପ୍ରଶ୍ନ କଲା ବେଳେ ଅପରାଜିତା ନିଜ ଅପରାଗତା ଲୁଚାଇବାକୁ ହୀନ ଉଦ୍ୟମ କରୁଛନ୍ତି ।
Trending
- ଆଜି ଚାଷୀଙ୍କ ଖାତାକୁ ଯାଇଛି ସିଏମ୍ କିଷାନର ୩ୟ କିସ୍ତି ଟଙ୍କା
- ମନାଲି ରେ ପ୍ରବଳ ବର୍ଷା , ନଦୀରେ ବୁଡ଼ିଲା ପକଅପ ଭ୍ୟାନ
- ଗଣେଶ ଉତ୍ସବ
- ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନା କମିଟି ପୁନର୍ଗଠିତ
- ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ନିଜର ନୂଆ ଯୁବ ବାହିନୀ, ଇପ୍ସିତା ଓ ଚିନ୍ମୟଙ୍କୁ ମିଳିଲା ଗୁରୁଦାୟିତ୍ବ
- ୨୯ ତାରିଖକୁ ସରକାରୀ ଛୁଟି ଘୋଷଣା ,ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି
- ଧର୍ମଶାଳା ପରେ ବଡ଼ଚଣାରେ ବିଜେଡିକୁ ଝଟ୍କା
- ଆମେ ଆମର ନୈତିକ ମୂଲ୍ୟବୋଧର ସ୍ତରକୁ ତଳକୁ ଖସିଯିବାକୁ ଦେବା ଉଚିତ ନୁହେଁ
- ମହିଳା ନିଯୁକ୍ତି ହାର ଦ୍ୱିଗୁଣିତ ହୋଇଛି
- ଖେଲୋ ଇଣ୍ଡିଆ ଜଳ କ୍ରୀଡ଼ା ମହୋତ୍ସବ