ଭୁବନେଶ୍ୱର: ନିଜ ଅପାରଗତା ଲୁଚାଇବାକୁ ସାଧାରଣ ଲୋକ ଓ ମହିଳାଙ୍କୁ ଗୁଣ୍ଡା କହୁଛନ୍ତି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ । ନୀତି ନୈତିକତା ଭୁଲି ଏସଏଚଜି ମାଆମାନଙ୍କୁ ଗୁଣ୍ଡା ବୋଲି ସୋସିଆଲ ମିଡିଆରେ ପ୍ରଚାର କରୁଛନ୍ତି ଅପରାଜିତା । ତାଙ୍କର ଏଭଳି ହୀନ ଆଚରଣକୁ ନିନ୍ଦା କରିବା ସହିତ କ୍ଷମା ମାଗିବାକୁ ବିଜେଡି ଦାବି କରିଛି । ଅପରାଜିତାଙ୍କୁ ସମାଲୋଚନା କରିଛନ୍ତି ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର । ଅହଂକାରୀ ହୋଇପଡ଼ିଛନ୍ତି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଏକଛତ୍ରବାଦ ଚଳାଇବାକୁ ଉଦ୍ୟମ କରୁଛନ୍ତି । ଯେଉଁ ଲୋକମାନେ ତାଙ୍କୁ ଭୋଟ୍ ଦେଇ ସାଂସଦ ଭାବେ ନିର୍ବାଚିତ କରିଛନ୍ତି, ସେମାନଙ୍କର ପ୍ରଶ୍ନ ପଚାରିବାର ଅଧିକାରୀ ଅଛି । ବିକାଶକୁ ନେଇ ଲୋକ ପ୍ରଶ୍ନ କଲା ବେଳେ ଅପରାଜିତା ନିଜ ଅପରାଗତା ଲୁଚାଇବାକୁ ହୀନ ଉଦ୍ୟମ କରୁଛନ୍ତି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ