ଖାଦ୍ୟ ମସଲାର ମେଳା ଶିଶିର ସରସ-୨୦୨୪
ବନେଶ୍ବର: ଆରମ୍ଭ ହେଲା ଶିଶିର ସରସ-୨୦୨୪ । ଏହି ଜାତୀୟ ସ୍ତରୀୟ ହସ୍ତତନ୍ତ, ହସ୍ତଶିଳ୍ପ ଓ ଖାଦ୍ୟ ମସଲାର ମେଳାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ଖେଳ ପଡ଼ିଆରେ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଏହି ମେଳା ଚାଲିବ । ଉଦଘାଯନୀ ଉତ୍ସବରେ ମନ୍ତ୍ରୀ ପ୍ରଦୀପ ଅମାତ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟକ ସୁଶାନ୍ତ ରାଉତ, ଓରମାସର CEO ପୁନମ୍ ଗୁହା, ପଞ୍ଚାୟତିରାଜ ବିଭାଗ ସଚିବ ସୁଶିଲ କୁମାର ଲୋହାନି ଯୋଗ ଦେଇଥିଲେ । ମେଳା ସକାଳ ୧୧ଟା ୩୦ରୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ । ଓରମାସ ପକ୍ଷରୁ ଏହି ଜାତୀୟସ୍ତରୀୟ ମେଳାରେ ମୋଟ ୪୦୦ ଷ୍ଟଲ ଖୋଲାଯାଇଛି । ଏଥିରେ ଓଡ଼ିଶାର ୩୦ଟି ଜିଲ୍ଲାରୁ ଏସଏଚଜି ମହିଳା ନିଜ ହାତ ତିଆରି ହସ୍ତଶିଳ୍ପ, ହସ୍ତତନ୍ତ ଓ ଖାଦ୍ୟ ସାମଗ୍ରୀ ବିକ୍ରୟ କରିବେ ।