ରାଜେନ୍ଦ୍ର ମହାବିଦ୍ୟାଳୟ ପରିସରରେ ସେକ୍ସ ରାକେଟ୍!

ବଲାଙ୍ଗିର: ପାଟଣାଗଡ଼ ବ୍ଲକ ଯୋଗୀମୁଣ୍ଡା ସ୍ଥିତ ରାଜେନ୍ଦ୍ର ମହାବିଦ୍ୟାଳୟ ପରିସରରେ ସେକ୍ସ ରାକେଟ୍ ଚାଲୁଥିବା ନେଇ ପୋଲିସ ଚଢ଼ାଉ ପରେ ତଦନ୍ତ ଆରମ୍ଭ କରିଛି ।  ସୂଚନା ପାଇବା ପରେ ପାଟଣାଗଡ଼ ପୋଲିସ୍ ଚଢାଉ କରି ଦେହ ବେପାର କାରବାରରେ ସଂପୃକ୍ତ ରାତ୍ର ଜଗୁଆଳକୁ ଗିରଫ କରି ପଚରାଉଚୁରା କରିଛି । ଗିରଫ ବ୍ୟକ୍ତି ଟିକେରାମ ମାଝି । କିଛି ଯୁବକ ବଲାଙ୍ଗିରରୁ ଜଣେ ଯୁବତୀଙ୍କୁ ଆଣି କଲେଜ ପରିସରରେ ଦେହ ବେପାର ଚଳାଇଥିଲେ । ଘଟଣାର ଖବର ପାଇଁ ପୋଲିସ୍ ଚଢାଉ ବେଳେ ଯୁବକମାନେ ସେଠାରୁ ଚମ୍ପଟ ମାରିଥିଲେ । ରାତ୍ର ଜଗୁଆଳି ଟିକେରାମ ମାଝିକୁ ଆଣି ଅଧିକ ପଚରାଉଚରା ଚଳାଇଛି ପୋଲିସ୍ । ଏଭଳି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।