ଭୁବନେଶ୍ବର: ହାତ ଗଲା , ପାର୍ଟି ଗଲା , ଏବେ ଖୁଲୁମଖୁଲା ପ୍ରଚାର କରିବେ ସୁର । ପୁଅ ପାଇଁ ପ୍ରଚାର କରିବାକୁ ଏବେ ଆଉ କିଛି ସଂକୋଚ ନାହିଁ । ଦଳରୁ ବହିଷ୍କାର ହେବା ପରେ ଏବେ ସୁରେଶ ରାଉତରାୟ ନିଜ ପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାରେ ସମସ୍ୟା ନଥିବା କହିଛନ୍ତି । କଂଗ୍ରେସରେ ଥାଇ ପ୍ରଚାର କରିବାରେ ତାଙ୍କୁ ଅସୁବିଧା ହୋଇଥାନ୍ତା । ତେବେ ନିର୍ବାଚନ ପରେ ପୁଣି ସେ କଂଗ୍ରେସ କାର୍ଯ୍ୟାଳୟ ଯାଇ ଦଳ ପାଇଁ କାମ କରିବେ ବୋଲି ସିଧା ସିଧା କହିଛନ୍ତି । ଏବେ ସୁରଙ୍କ ପାଖରୁ ଦଳ ଯାଇଛି, ହାତ ଚିହ୍ନ ଯାଇଛି । ଏବେ ସେ ପୁଅ ପାଇଁ ସିଧା ସିଧା କହିପାରିବେ ମାଡ଼ି ଚାଲି । ତେବେ ତାଙ୍କ ପୁଅ ମନ୍ମଥ ବାପାଙ୍କ ସମର୍ଥନ ସିନା ପାଇଲେ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କ କେତେ ସମର୍ଥନ ପାଉଛନ୍ତି ତାହା ପରେ ଜଣାପଡିବ । ଏଠାରେ ସୂଚନାଯୋଗ୍ୟ ଯେ ସୁରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଂଗ୍ରେସ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳ ୬ ବର୍ଷ ପାଇଁ କଂଗ୍ରେସରୁ ବହିଷ୍କାର କରିଛି । ତାଙ୍କ ନାମରେ ପୁଅ ମନ୍ମଥଙ୍କ ପାଇଁ ପ୍ରଚାର କରିବାର ଅଭିଯୋଗ ରହିଥିଲା । ଦଳର ଶୃଙ୍ଖଳାରୁ ବାହାରେ ଥିବାରୁ ବହିଷ୍କାର କରିଛି ଦଳ । ସୁର ଆହୁରି କହିଛନ୍ତି ସେ ମୋତେ ୬ ବର୍ଷ ପାଇଁ କାହିଁକି ବହିଷ୍କାର କଲେ, ସେ ନେଇ ମୁଁ ତାଙ୍କୁ ନୋଟିସ ଜରିଆରେ ପଚାରିବି। ମୁଁ ମଲା ଯାଏ କଂଗ୍ରେସରେ ରହିବି। ମୁଁ କଂଗ୍ରେସ ପାଇଁ କାମ କରିବି। କଂଗ୍ରେସରେ ଏବେ ଦୁଇ ଟଙ୍କିଆ ନେତା ଥିବା ସେ କହିଛନ୍ତି । ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ କଂଗ୍ରେସ ପାଇଁ କାମ କରିଛି। ଯଦି ମୋ ପୁଅ ଅଲଗା ଦଳରୁ ଟିକେଟ୍ ପାଇଲା ବୋଲି ମୋତେ ବାହାର କରି ଦିଆଗଲା, ତା’ହେଲେ କିଛି ଆପତ୍ତି ନାହିଁ। ଏନେଇ କୌଣସି ପ୍ରକାର ଦୁଃଖ ବି ନାହିଁ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post