ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସ ଆତଙ୍କ, ୧୨୦ ଜଣ ପଜିଟିଭ

ପୁରୀ : ପୁରୀ ଜିଲ୍ଲାରେ ସ୍କ୍ରବଟାଇଫସ ଆତଙ୍କ ଖେଳାଇଚାଲିଛି । ପରୀକ୍ଷା ପରେ ୧୨୦ ଜଣ ପଜିଟିଭ ସ୍କ୍ରବଟାଇଫସକୁ ନେଇ ସାରା ରାଜ୍ୟ ରେ ଭୟ ଦେଖିବାକୁ ମିଳିଥିବା ବେଳେ ପୁରୀରେ ମଧ୍ୟ ସ୍କ୍ରବ ଟାଇଫସ ଆତଙ୍କ ଦେଖିବାକୁ ମିଳିଛି  ।  ପୁରୀ ରେ ଗତ ଦୁଇ ମାସ ମଧ୍ୟ ରେ ୬୧୩ ଜଣଙ୍କ  ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୨୦ଜଣ ପଜିଟିଭ ଥିବା ଜଣାପଡିଛି |  ପୁରୀ ସଦର ମୁଖ୍ୟ ଚିକିତ୍ସାଳୟ ରେ ୬୯ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ସେଥିରୁ ୮ଜଣ ଙ୍କର ପଜିଟିଭ ଅଗଷ୍ଟ ମାସ ରେ ୧୯୬ଜଣ ଙ୍କ ପରୀକ୍ଷା କରାଯଇଥିବା ବେଳେ ସେଥିରୁ ୪୫ଜଣ ପଜିଟିଭ ଏବଂ ସେପ୍ଟେମ୍ବର ମାସ ରେ ୩୫୮ ଜଣ ଙ୍କ ରକ୍ତ ନମୁନା ପରୀକ୍ଷା  କରାଯାଇ ୫୮ଜଣ ଙ୍କ ସ୍ରବଟାଇଫସ ପଜିଟିଭ ଥିବା ସୂଚନା ଦେଇଛନ୍ତି ପୁରୀ ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ  l