ବଦଳିଲେ ଟ୍ୱିନସିଟି କମିଶନର : ସଞ୍ଜୀବ ପଣ୍ଡା ହେଲେ ନୂଆ କମିଶନର
ଭୁବନେଶ୍ବର: ଆଇପିଏସ ସ୍ତରରେ ବଡ ଧରଣର ଅଦଳ ବଦଳ ହୋଇଛି । ଟ୍ୱିନସିଟିର ପୋଲିସ କମିସନର ଭାବେ ସଂଜୀବ ପଣ୍ଡାଙ୍କୁ ଦାୟିତ୍ୱ ମିଳିଛି । ସେହିଭଳି ପିନାକ ମିଶ୍ରଙ୍କୁ ପୁରୀ ଏସପି ଭାବେ ଦାୟିତ୍ୱ ମିଳିଛି । କଟକ ଡିସିପି ଭାବେ କନୱର ବିଶାଲ ସିଂଙ୍କୁ ଦାୟିତ୍ୱ ମିଳିଛି । ସୌମେନ୍ଦ୍ର କୁମାର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି । ୧୯୯୪ ବ୍ୟାଚର ଆଇପିଏସ୍ ଅଫିସର ହେଉଛନ୍ତି ସଂଜୀବ ପଣ୍ଡା । କଟକ ଭୁବନେଶ୍ବରରେ ଅପରାଧ ମାତ୍ରା ବୃଦ୍ଧି ପାଉଥିବା ବେଳେ ତାଙ୍କ ଉପରେ ଗୁରୁ ଦାୟିତ୍ବ ରହିବ । ଗୃହ ବିଭାଗ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହା ସହ ସୌମେନ୍ଦ୍ର ପ୍ରିୟଦର୍ଶୀ ଙ୍କୁ କମିଶନର ପଦରୁ ହଟାଯାଇ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ବ ମିଳିଛି ।
ଉତ୍ତରାଞ୍ଚଳ ଆଇଜି ଭାବେ ହିମାଂଶୁ ଲାଲଙ୍କୁ ଦାୟିତ୍ୱ ମିଳିଥିବା ବେଳେ ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି ଭାବେ ଦୀପକ କୁମାରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ବି. ଯୁଗଳ କିଶୋରଙ୍କୁ କେନ୍ଦ୍ରାପଡ଼ା ଏସପି ଓ ସନ୍ତୋଷ ବାଲାଙ୍କୁ ପୋଲିସ ହାଉସିଂ ବୋର୍ଡର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ସତ୍ୟବ୍ରତ ଭୋଇଙ୍କୁ ପୂର୍ବାଞ୍ଚଳ ରେଞ୍ଜି ଆଇଜି ଭାବେ ଓ ଜୟନାରାୟଣ ପଙ୍କଜଙ୍କୁ ଦକ୍ଷିଣାଞ୍ଚଳ ଆଇଜି ଭାବେ ଦାୟିତ୍ୱ ଦିଆଯାଇଛି । ଢେଙ୍କାନାଳ ଏସପି ଭାବେ ମଡକର ସନ୍ଦୀପ ସଂପଦଙ୍କୁ ଦାୟିତ୍ୱ ମିଳିଥିବା ବେଳେ ବିବେକାନନ୍ଦ ଶର୍ମାଙ୍କୁ ହେଡକ୍ୱାର୍ଟର ଏଆଇଜି ଭାବେ ଦାୟିତ୍ୱ ମିଳିଛି । ବିଜ୍ଞପ୍ତି ଅନୁସାରେ
୧) ସଞ୍ଜୀବ ପଣ୍ଡା – ଭୁବନେଶ୍ୱର-କଟକ ପୋଲିସ କମିଶନର
୨) ସୌମେନ୍ଦ୍ର ପ୍ରିୟଦର୍ଶୀ – ଗୁଇନ୍ଦା ନିର୍ଦ୍ଦେଶକ
୩)ସନ୍ତୋଷ ବାଲା- ପୋଲିସ ହାଉସିଂ ବୋର୍ଡ ଅତିରିକ୍ତ ଦାୟିତ୍ୱ
୪)ହିମାଂଶୁ ଲାଲ – ଉତ୍ତରାଞ୍ଚଳ ଆଇଜି
୫) ଦୀପକ କୁମାର – ଉତ୍ତର-କେନ୍ଦ୍ରାଞ୍ଚଳ ଆଇଜି
୬)ସତ୍ୟବ୍ରତ ଭୋଇ – ପୂର୍ବାଞ୍ଚଳ ରେଞ୍ଚ ଆଇଜି
୭) ଜୟନାରାୟଣ ପଙ୍କଜ – ଦକ୍ଷିଣାଞ୍ଜଳ ଆଇଜି
୮)ବି.ଯୁଗଳ କିଶୋର – କେନ୍ଦ୍ରାପଡ଼ା ଏସ୍ପି
୯) ମଡକର ସନ୍ଦୀପ ସଂପଦ- ଢ଼େଙ୍କାନାଳ ଏସ୍ପି
୧୦) ବିବେକାନନ୍ଦ ଶର୍ମା – ହେଡକ୍ୱାର୍ଟର ଏଆଇଜି
୧୧) ଜ୍ଞାନରଞ୍ଜନ ମହାପାତ୍ର – ସ୍ପେଶାଲ ବ୍ରାଞ୍ଚ ଏସ୍ପି
୧୨) ଅମରେଶ ପଣ୍ଡା – ପୋଲିସ ମୁଖ୍ୟାଳୟ ଏଆଇଜି
୧୩) ପି.କେ ମିଶ୍ର – ରାଉରକେଲା ରେଲୱେ ଏସ୍ପି
୧୪)ରାମ ପ୍ରସାଦ ସାହୁ – ଦେବଗଡ଼ ଏସ୍ପି
୧୫) ହରିଶ ବି.ସି – ରାୟଗଡ଼ା ଏସ୍ପି
୧୬) ୟସପ୍ରତାପ ଶ୍ରୀମଲ – ସୋନପୁର ଏସ୍ପି
୧୭) କନୱର ବିଶାଲ ସିଂହ – କଟକ ଡିସିପି
୧୮- ପିନାକ ମିଶ୍ର- ପୁରୀ ଏସ୍ପି