ଆରକେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ
ଆଇପିଏସ୍ ଆର୍କେ ଶର୍ମାଙ୍କୁ ଖଲ୍ଲିକୋଟ ଦାୟିତ୍ୱ । ଛତ୍ରପୁରରେ ରହି ଆଇନଶୃଂଖଳା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଖଲିକୋଟର ହତ୍ୟାକାଣ୍ଡର ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । ୧୭ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ୨୧ ତାରିଖ ଯାଏଁ କ୍ୟାମ୍ପ କରିବେ ଆର.କେ ଶର୍ମା । ପୁରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବେ । ୩୦ ଦିନ ଭିତରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୯୯୫ ବ୍ୟାଚ୍ର ଆଇପିଏସ ଅଫିସର ରାଧାକୃଷ୍ଣ ଶର୍ମା ।ସେପଟେ ପ୍ରାକ୍ ନିର୍ବାଚନୀ ହିଂସା ଘଟିଥିବା ଖଲ୍ଲିକୋଟ ଥାନା ଶ୍ରୀକୃଷ୍ଣଶରଣପୁର ଗାଁରେ ଯବାନଙ୍କ ଫ୍ଲାଗମାର୍ଚ୍ଚ । ଗାଁର ଗଳିକନ୍ଦିରେ ପଇଁତରା ମାରୁଛନ୍ତି ପୋଲିସ ଓ ଯବାନ । ଖଲ୍ଲିକୋଟରେ ପ୍ରାକ୍ ନିର୍ବାଚନୀ ହିଂସା ଘଟଣାରେ ଏପର୍ଯ୍ୟନ୍ତ ୯ଜଣଙ୍କୁ ଗିରଫ କରାଯାଇଛି । ଗତକାଲି ପ୍ରଥମେ ୮ଜଣ ଗିରଫ ହୋଇଥିବା ବେଳେ ସନ୍ଧ୍ୟାରେ ଆଉ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଗିରଫ ବ୍ୟକ୍ତି ଜଣକ ହେଲେ ରାମଚନ୍ଦ୍ରପୁର ଗାଁର ଜିତେନ୍ଦ୍ର ତରାଇ ।