ରତ୍ନବେଦୀରେ ବିଜେ କଲେ ମହାପ୍ରଭୁ : କାଲିଠାରୁ ରତ୍ନବେଦୀରେ ଦର୍ଶନ ଦେବେ ତିନି ଠାକୁର
ପୁରୀ: ଶେଷ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା । ରତ୍ନବେଦୀକୁ ବିଜେ କଲେ ମହାପ୍ରଭୁ । ଗୋଟି ପହଣ୍ଡିରେ ଯାଇ ରତ୍ନବେଦୀରେ ବିଜେ କରିଛନ୍ତି ଚତୁର୍ଦ୍ଧାମୂରତି । ପ୍ରଭୁ ସୁଦର୍ଶନ, ପ୍ରଭୁ ବଳଭଦ୍ର ଓ ତାପରେ ମହାମାୟୀ ଭଉଣୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଯାଇ ରତ୍ନବେଦୀକୁ ବିଜେ କରିଛନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ଗହଣରେ ଝୁଲିଝୁଲି ଶ୍ରମନ୍ଦୀର ଭିତରକୁ ଯାତ୍ରା କରିଥିଲେ ମହାପ୍ରଭୁ । ଏହିସମୟରେ ସିଂହଦ୍ୱାର ବନ୍ଦ କରିଥିଲେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିଥିଲେ ଶ୍ରୀ ଜଗନ୍ନାଥ ।
ପବିତ୍ର ସିଂହଦ୍ୱାର ସମ୍ମୁଖରେ ଦେବ ଦୁର୍ଲଭ ମାନବୀୟ ଲୀଳା ରଚନା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ଚାହାଣୀ ମଣ୍ଡପରେ ରୋଷ ନୟନରେ ଚାହିଁଛନ୍ତି ଅଭିମାନୀ ମା' ଲକ୍ଷ୍ମୀ। ଭକ୍ତିପୂର୍ଣ୍ଣ ପାବନ ପରିବେଶରେ ସମ୍ପନ୍ନ ହେଉଅଛି ନିଳାଦ୍ରୀବିଜେ ନୀତି। #ରଥଯାତ୍ରା୨୦୨୩ #RathYatra2023 pic.twitter.com/x3DyVaRAjD
— I & PR Department, Odisha (@IPR_Odisha) July 1, 2023
ପବିତ୍ର ନିଳାଦ୍ରୀବିଜେ ନୀତି:#puri #ରଥଯାତ୍ରା୨୦୨୩ pic.twitter.com/uawu8Ho2mq
— I & PR Department, Odisha (@IPR_Odisha) July 1, 2023
ନୀଳାଦ୍ରି ବିଜେ ଅବସରରେ ଆଜି ସାରା ରାଜ୍ୟରେ ହସଖୁସିରେ ପାଳିତ ହୋଇଯାଇଛି ରସଗୋଲା ଦିବସ । ଗାଁଠୁ ସହର ସବୁଠାରେ ରସଗୋଲା ଖୁଆଇ ସ୍ନେହ ବାଣ୍ଟୁଛନ୍ତି ପରିଜନ ।
ଆଜି ପବିତ୍ର ନିଳାଦ୍ରୀବିଜେରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର। ଏହି ଅବସରରେ ପାଳନ ହେଉଛି #ରସଗୋଲାଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥ ମା'ଲକ୍ଷ୍ମୀଙ୍କ ମାନଭଞ୍ଜନ ନିମନ୍ତେ ଆଜି ପାରମ୍ପରିକ ଭାବେ ରସଗୋଲା ପ୍ରଦାନ କରିବେ। pic.twitter.com/kVmC29oiZy
— I & PR Department, Odisha (@IPR_Odisha) July 1, 2023