ରଥାଯାତ୍ରା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା ବାର୍ତ୍ତାରୁ ପ୍ରେରଣା ପାଇ ଅନୀଲ କପୁର ଜଣାଇଲେ ଶୁଭେଚ୍ଛା ବାର୍ତ୍ତା

ପୁରୀ: ପବିତ୍ର ରଥଯାତ୍ରା ଅବସରରେ ବିଶିଷ୍ଟ  ବଲିଉଡ କଳାକାର ଅନିଲ କପୁର ସମସ୍ତଙ୍କର ମଙ୍ଗଳ କାମନା କରିଛନ୍ତି ।  ଆଜି ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ଅବସରରେ ଶୁଭେଚ୍ଛା ବାର୍ତା ଦେବା ପାଇଁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ପ୍ରେରଣା ପାଇଛନ୍ତି ।

YouTube player

ରତ୍ନ ସିଂହାସନ ଛାଡ଼ି ରଥରେ ଗୁଣ୍ଡିଚା ମନ୍ଦିର ଯାଉଛନ୍ତି  ତିନି ଠାକୁର । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରା ଅବସରରେ ସମସ୍ତକୁ ମୁଖ୍ୟମନ୍ତ୍ରୀ ହାର୍ଦ୍ଦିକ ଶୁଭକାମନା ଜଣାଇବା ପରେ ତାଙ୍କଠାରୁ ପ୍ରେରଣା ପାଇ ଅଭିନେତା ଅନିଲ କପୁର ମଧ୍ୟ ସମସ୍ତଙ୍କର ମଙ୍ଗଳ କାମନା କରି ଶୁଭେଚ୍ଛା ଜଣାଇଛନ୍ତି । ମହାପ୍ରଭୁଙ୍କ ଆଶୀର୍ବାଦ ସମସ୍ତଙ୍କ ପାଇଁ ଥାଉ, ଓଡ଼ିଶାର ବିକାଶ ହେଉ ବୋଲି ଟୁଇଟ କରିଥିଲେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।