Odisha ରେଳ ଷ୍ଟେସନ୍ରେ ୧ହଜାର ଯାତ୍ରୀଙ୍କ ବିଶ୍ରାମ ସ୍ଥଳ, ୩୫ ଟିକେଟ୍ କାଉଣ୍ଟର୍ Last updated Jun 20, 2023 ଘୋଷଯାତ୍ରା ପର୍ବ ଦେଖିବାକୁ ଶ୍ରୀକ୍ଷେତ୍ରକୁ ଛୁଟିଲାଣି ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ। ବ୍ୟବସ୍ଥିତ ଶୃଙ୍ଖଳିତ ରଥଯାତ୍ରା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି।ପୁରୀ ରେଳ ଷ୍ଟେସନ୍ ଓ ଅନ୍ୟ ଷ୍ଟେସନ୍ରେ ମୋଟ୍ ୩୫ଟି ଟିକେଟ କାଉଣ୍ଟର୍ ଖୋଲାଛି। ୨୧୦ଟି ଟ୍ରେନ୍ ଚଳାଚଳ କରିବାର ବ୍ୟବସ୍ଥା ହୋଇଛି। ୫ଟି ଇନକ୍ବାରି କାଉଣ୍ଟର ଓ ୪ଟି ଗ୍ରାହକ ସହାୟକ କେନ୍ଦ୍ର ରହିବ। ରେଳ ଷ୍ଟେସନରେ ଖାଦ୍ୟ ଓ ପାନୀୟ ଜଳର ବ୍ୟବସ୍ଥା କରାଯିବ। ୩ହଜାର ବର୍ଗଫୁଟର ଏକ ମେଳା ସେଡ୍ ରେଳ ବିଭାଗ ନିର୍ମାଣ କରିଛି। ଏହାବ୍ୟତୀତ ସି-ବ୍ଲକ୍ ନିକଟରେ ୧ହଜାର ଯାତ୍ରୀ ଆଶ୍ରୟ ନେଇପାରିବେ। ଏହାବ୍ୟତୀତ ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ୨ଟି ଯାତ୍ରୀ ବିଶ୍ରାମଗାର ବ୍ୟବସ୍୍ଥା କରାଯାଇଛି।ବଡ଼ଦାଣ୍ଡ ଓ ସହର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଅସ୍ଥାୟୀ ଭାବେ ୩୫ଟି ଆଶୁ ଚିକିତ୍ସା କେନ୍ଦ୍ର ଖୋଲିଛି। ରଥଯାତ୍ରା ପାଇଁ ୨୪୫ ଡାକ୍ତର, ଫାର୍ମାସିଷ୍ଟ, ଆଟେଣ୍ଡାଣ୍ଟ୍, ଖାଦ୍ୟ ସୁରକ୍ଷା ଅଧିକାରୀ, ରେଡିଓଗ୍ରାଫର ନିୟୋଜିତ ହୋଇଛନ୍ତି। ପୁରୀ ସହରାଞ୍ଚଳରେ ଡାକ୍ତରଖାନାରେ ୧୫୫ଟି ଅତିରିକ୍ତ ଶଯ୍ୟା, ଗ୍ରାମାଞ୍ଚଳରେ ୫୨ଟି ଅତିରିକ୍ତ ଶଯ୍ୟା ବ୍ୟବସ୍୍ଥା ହୋଇଛି। କେବଳ ମୁଖ୍ୟ ଚିକିତ୍ସାଳୟରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍୍ଥା ହୋଇଛି। ୮ ଜଣ ଖାଦ୍ୟ ନୀରିକ୍ଷକ ନିୟୋଜିତ ହୋଇଛନ୍ତି। ୩୮ଟି ଆମ୍ବୁଲାନ୍ସର ବ୍ୟବସ୍୍ଥା ହୋଇଛି। ଚଳିତ ବର୍ଷ ସମ୍ଭାବ୍ୟ ଅଂଶୁଘାତରୁ ରକ୍ଷା ନିମିତ୍ତ ୨ଟି ସ୍ଥାନରେ ଯଥା, ଶ୍ରୀମନ୍ଦିର କାର୍ଯ୍ୟାଳୟ ନିକଟ ଓ ବାଗେଡ଼ିଆ ଧର୍ମଶାଳାରେ ଅଂଶୁଘାତ ଚିକିତ୍ସା କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ସମଯାଜପୁର ଓ ମାଳତୀପାଟପୁର ଛକରେ ୨ଟି ଲେଖାଏଁ ଆମ୍ବୁଲାନ୍ସ ମୁତୟନ ହେବ। Share