ରାତି ପାହିଲେ ରଜ, ଓଡିଶାର ପୁର ପଲ୍ଲୀରେ ରଜ ପ୍ରସ୍ତୁତି

ରାତି ପାହିଲେ ରଜ । ପ୍ରତି ଓଡିଆଙ୍କ ପାଇଁ ୫ ଦିନିଆ ପର୍ବ । ସଜବାଜ, ଖିଆପିଆ, ବୁଲାବୁଲି ଓ ମଜାମସ୍ତିରେ ସମୟ ବିତାଇବାର ମୁହୁର୍ତ । ସଜବାଜରୁ ଆରମ୍ଭ ହେଉଥିବା ଏହି ପର୍ବ ବସୁମତି ସ୍ନାନରେ ଶେଷ ହୁଏ । ଆଜି ହେଉଛି ସେଇ ସଜବାଜ ବା ରଜ ଉତ୍ସବର ଆଦ୍ୟ ପର୍ବ କହିଲେ ଚଳେ । କଟକ ଜିଲ୍ଲା ସାଲେପୁରର ବଟେଶ୍ୱରରେ ରଜ ପାଇଁ ଆଜିଠୁ ସଜେଇ ହେଲେଣି କୁମାରୀମାନେ ।

ପିଲାଠୁ ବୟସ୍କ, ସମସ୍ତ ରଜ ମଉଜରେ ସାମିଲ ହେବାକୁ ଏକାଠି ହୋଇଛନ୍ତି ରଜଖଳାରେ । କୁମାରୀମାନେ ସକାଳୁ ସକାଳୁ ଗାଧୁଆପାଧୁଆ ସାରି ସଜେଇ ହୋଇଛନ୍ତି । କିଏ କାହାକୁ ମେହେନ୍ଦୀ ଲଗେଇ ଦେଉଛନ୍ତି ଆଉ କିଏ ପୁଣି ଗଭା ସଜେଇ, କୁକୁମ ଲଗେଇ ଦେଉଛନ୍ତି । ଛୋଟ ଛୋଟ ପିଲାମାନେ ମାତିଛନ୍ତି ଖେଳକୁଦର । ସେହିଭଳି ବୟସ୍କ ବ୍ୟକ୍ତି ଓ ଯୁବକମାନେ ତାସ, ଚେସ୍ ଓ କ୍ୟାମେରା ଖେଳର ମଜା ଉଠାଉଛନ୍ତି ।

କାଲି ପହିଲି ରଜ । ନୂଆ ବସ୍ତ୍ର ପିନ୍ଧି, ପିଠାପଣା, ରଜପାନ ଖାଇ ଦୋଳି ଖେଳିବେ ସମସ୍ତେ । ସେଥିପାଇଁ ବିଭିନ୍ନ ପ୍ରକାର ଦୋଳୀ ସହ ରଜଖଳା ପ୍ରସ୍ତୁତ ହୋଇଗଲାଣି । ଖାସ କରି ବିବାହିତ ଝିଅ ଓ ଘର ଠାରୁ ଦୂରରେ ରହୁଥିବା ପରିବାର ସଦସ୍ୟ ଘରକୁ ଫେରିଛନ୍ତି । ଆଉ ସମସ୍ତ ମିଳିମିଶି ଏହି ଖୁସିର ପର୍ବକୁ ପାଳନ କରିଥାନ୍ତି ।