ଦର୍ପଦଳନ ରଥର ଅଖରେ ଲାଗିବ ୟୁ କ୍ଲାମ୍ପ

ପୁରୀ: ଦର୍ପଦଳନ ରଥର ଅଖରେ ଲାଗିବ  ୟୁ କ୍ଲାମ୍ପ । ବଦଳିବନି ଦର୍ପଦଳନ ରଥର ଅଖ । ଗୁରୁତର ଫାଟ ହୋଇନଥିବା ବୈଷୟିକ କମିଟି ଦ୍ବାରା ଚକ ଓ ଅଖ ଯାଞ୍ଚ ପରେ ସ୍ପଷ୍ଟ ହୋଇଛି । ସତର୍କତା ପାଇଁ ଲାଗିବ ୟୁ କ୍ଲାମ୍ପ । ଏନେଇ ସୂଚନା ଦେଇଛନ୍ତି ବୈଷୟିକ କମିଟି ଅଧ୍ୟକ୍ଷ ଏନ.ସି ପାଲ । ଦେବୀ ସୁଭଦ୍ରାଙ୍କ ସାନ ଉଛୁଳା ବା ପଛୁଆଣି ଅଖରେ ଫାଟ ପରେ ଯାଞ୍ଚ କରାଯାଇଥିଲା । ଏହାକୁ ନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧକ୍ଷତାରେ ବୈଠକ ହୋଇଥିଲା । ଏହି ବୈଠକରେ ପରିଚାଳନା କମିଟି ସଦସ୍ୟଙ୍କ ସହ ରଥ ଯାଞ୍ଚ ବୈଷୟିକ କମିଟିର ସଦସ୍ୟମାନେ ଉପସ୍ଥିତ ଥିଲେ ।