Odisha ବର୍ଷର ଶେଷ ଦିନରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ Last updated Dec 31, 2022 ପୁରୀ: ଆଜି ବର୍ଷର ଶେଷ ଦିନ । ନୂଆ ବର୍ଷ ଆସିବା ପୂର୍ବରୁ ଲୋକେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବାକୁ ଭିଡ ଜମାଇଛନ୍ତି । ପୁରୀରେ ଏଥିପାଇଁ ପ୍ରବଳ ଭିଡ ଦେଖିବାକୁ ମିଳିଛି । ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ପୁରୀରେ ଶ୍ରଦ୍ଧାଳୁମାନେ ବିଭିନ୍ନ ସ୍ଥାନରୁ ଯାଇ ପହଁଚିଛନ୍ତି । ୨୦୨୨ର ଶେଷ ଦିନ ଓ ନୂତନ ବର୍ଷ ୨୦୨୩କୁ ସ୍ୱାଗତ ପାଇଁ ପୁରୀରେ ନାହିଁ ନଥିବା ଭିଡ ହୋଇଛି । ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବାରୁ ଟ୍ରାଫିକ ନିୟନ୍ତ୍ରଣ କାଠିକର ପାଠ ହୋଇଛି। ପୁରୀ ବଡ଼ଦାଣ୍ଡ, ସମୁଦ୍ର କୂଳ ସମେତ ଅଧିକାଂଶ ସ୍ଥାନରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିବାରୁ ପ୍ରଶାସନ ପକ୍ଷରୁ ୩ ଥାକିଆ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଉ କେଇ ଘଣ୍ଟାପରେ ବିଦାୟ ନେବ ୨୦୨୨। ଆସିବ ନୂଆ ବର୍ଷ ୨୦୨୩। ବର୍ଷର ଶେଷ ଦିନରେ ଶ୍ରୀଜିଉଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି। କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଡିସେମ୍ବର ୩୧ ରାତି ୧ଟାରୁ ଦ୍ବାରାଫିଟା ନୀତି ଆରମ୍ଭ ହେବ। ଏଥିପାଇଁ ମହାପ୍ରଭୁଙ୍କର ଆଜି ସଅଳ ପହୁଡ଼ କରାଯିବ। Share