ବିଦ୍ୟୁତ କାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଗତ ସପ୍ତାହ ହେଲା ସାରା ରାଜ୍ୟରେ ଅଘୋଷିତ ବିଦ୍ୟୁତ କାଟ ହେଉଛି । ବିରୋଧୀ ମାନେ ସରକାରକୁ ଦୋଷ ଦେଉଛନ୍ତି  । ସରକାର କଂପାନିକୁ ଦୋଷ ଦେଉଛି । ଲୋକେ ହନ୍ତସନ୍ତ ହେଉଛନ୍ତି । ବିଦ୍ୟୁତ କାଟକୁ ନେଇ ବଢୁଛି ଜନ ଅସନ୍ତୋଷ । ଅଘୋଷିତ ବିଦ୍ୟୁତ୍ କାଟ ଯୋଗୁଁ ସାରା ରାଜ୍ୟରେ ଲୋକେ ଆଉଟୁପାଉଟୁ ହେଉଛନ୍ତି । ଗାଁ ଗାଁରେ ଲୋ’ ଭୋଲଟେଜ ଯୋଗୁଁ ପଙ୍ଖା ଘୁରୁନି । ଏହାକୁ ନେଇ ଜନଅସନ୍ତୋଷ ବଢୁଥିବା ବେଳେ ବିଜେପି ପକ୍ଷରୁ ବିଭିନ୍ନ ସ୍ଥାନରେ ବିଦ୍ୟୁତ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରାଯାଇଛି ।ଅସହ୍ୟ ଗରମ ସାଙ୍ଗକୁ ଘନ ଘନ ବିଜୁଳି କାଟକୁ ନେଇ ଲୋକଙ୍କ ଭିତରେ ବଢ଼ୁଥିବା ଅସନ୍ତୋଷର ପ୍ରତିଫଳନ ଦେଖିବାକୁ ମିଳିଛି ।