୨୦ରୁ ବସ୍ ଚଳାଚଳ ବନ୍ଦ
ଭୁବେନଶ୍ବର: ରାଜ୍ୟ ସରକାରଙ୍କ ‘ଲକ୍ଷ୍ମୀ’ ଯୋଜନା ଓ ସହର ବାହାରେ ‘ମୋ ବସ୍’ ଚଳାଚଳକୁ ବିରୋଧ କରି ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଅକ୍ଟୋବର ୨୦ତାରିଖରୁ ପୁଣି ଥରେ ସାରା ରାଜ୍ୟରେ ବସ୍ ଧର୍ମଘଟ ଡାକରା ଦେଇଛି। ମାଲକାନଗିରିରେ ଲକ୍ଷ୍ମୀ ଯୋଜନାରେ ବସ୍ ଚଳାଚଳ ଆରମ୍ଭ ହେବା ପୂର୍ବରୁ ବସ୍ ମାଲିକ ସଂଘ ଅକ୍ଟୋବର ୧୦ତାରିଖରୁ ବସ୍ ଧର୍ମଘଟ ଡାକରା ଦେଇଥିଲା। ହେଲେ ୯ତାରିଖରେ ବିଧାୟକ ପ୍ରଣବ ପ୍ରକାଶ ଦାସ, ପରିବହନ କମିସନର ଅମିତାଭ ଠାକୁର, କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ଅରୁଣ ବୋଥ୍ରାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ ପାଣ୍ଡିଆନଙ୍କ ସହ ଆଲୋଚନା ହେବା ପରେ ବସ୍ ଧର୍ମଘଟ ଅକ୍ଟୋବର ୩୦ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା । ବ୍ଲକରୁ ଜିଲ୍ଲା ମୁଖ୍ୟାଳୟ ପର୍ଯ୍ୟନ୍ତ ଯେଉଁ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି ସେଥିରେ ଘରୋଇ ବସ୍କୁ ସାମିଲ୍ କରାଯିବାକୁ ସଂଘ ଦାବି କରିଛି ।