କିଟ୍ ଓ କିସ୍ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର
ଆସନ୍ତା 5 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଓଡ଼ିଶା ଗସ୍ତକୁ ନେଇ ରାଜନୀତି ମହଲରେ ଚର୍ଚା ଜାରି ରହିଛି । ଏହାରି ମଧ୍ୟରେ କିଟ୍ ଓ କିସ୍ ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ ନଲେଜ ଟ୍ରି ବକ୍ତୃତାମାଳାରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରଶଂସା କରିଥିଲେ । ଏହି ଅବସରରେ ସେ କିସ୍ ପ୍ରତିଷ୍ଠାତା ଅଚ୍ୟୁତ୍ ସାମନ୍ତଙ୍କୁ ମଧ୍ୟ ପ୍ରଶଂସା କରି ତାଙ୍କୁ ଏହି ଅନୁଷ୍ଠାନ ଅନେକ ପ୍ରେରଣା ଦେଇଥିବା କହିଥିଲେ । ଭାରତର ବିକାଶରେ ଯୁବବର୍ଗଙ୍କ ଅବଦାନ ବିଷୟରେ କହିଥିଲେ ପିକେ ମିଶ୍ର । ଆଗାମୀ ଦିନରେ ଯୁବଛାତ୍ରଛାତ୍ରୀମାନେ ଦେଶର ଉନ୍ନତି ଏବଂ ବିକାଶରେ ସାରା ବିଶ୍ବକୁ ମାର୍ଗଦର୍ଶନ କରିବେ ବୋଲି କହିଥିଲେ ପିକେ ମିଶ୍ର ।