ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କଲେ ରାଷ୍ଟ୍ରପତି
ପାରାଦୀପ ବନ୍ଦରରେ ବୋଇତ ବନ୍ଦାଣ ଉତ୍ସବର ଉଦଘାଟନ କରିଛନ୍ତି ରାଷ୍ଟ୍ରପତି । ପାରାଦୀପ ବନ୍ଦର ପକ୍ଷରୁ ଆୟୋଜିତ ଏହି ଭବ୍ୟ କାର୍ଯ୍ୟକ୍ରମରେ ସାମିଲ୍ ଥିଲେ ରାଜ୍ୟପାଳ ରଘୁବର ଦାସ ଓ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । ଏହି ଅବସରରେ ନିଜର ଅଭିଭାଷଣ ରଖି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ ଯେ, ମୁଁ ଜାଣିବାକୁ ପାଇଲି ବାଲିଯାତ୍ରାର ଐତିହାସିକ ସ୍ମୃତିକୁ ଉଜିବିତ ରଖିଛନ୍ତି । ନୌଯାତ୍ରା ଆୟୋଜନ କରିଆସୁଛନ୍ତି। ଆଜି ଏହି ପ୍ରତିକାତ୍ମକ ଯାତ୍ରାର ଶୁଭାରମ୍ଭ କରି ମୁଁ ବେଶ ଖୁସି। ମୁଁ ଅନେକ ଥର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସକାଳୁ ସକାଳୁ ଡଙ୍ଗା ଭସାଇ ସାରିଛି। ଆଜି ଏଠାରେ ସେସବୁ ମୋର ମନେ ପଡିଯାଉଛି। ଓଡିଶାରେ ବାର ମାସରେ ତେର ପର୍ବ ପାଳନ କରାଯାଏ ବୋଲି ସମସ୍ତେ ଜାଣନ୍ତି। ଏକ ଗୌରବମୟ ଅତୀତର ସ୍ମୃତିରେ ପାଳନ କରାଯାଉଥିବା ବାଲିଯାତ୍ରା ଏକ ନିଆରା ପର୍ବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।