ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆସନ୍ତାକାଲି କଟକରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି

ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ତିନି ଦିନିଆ ଓଡ଼ିଶା ଗସ୍ତରେ ଓଡ଼ିଶା ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ରାଷ୍ଟ୍ରପତି ଦୌର୍ପଦୀ ମୁର୍ମୁ ମଙ୍ଗଳବାର ସନ୍ଧ୍ୟାରେ ଓଡ଼ିଶାର ରାଜଭବନ ପରିସରରେ ‘ଅତୁଟ ବନ୍ଧନ’ ଅନୁଷ୍ଠାନର କର୍ମକର୍ତ୍ତା ଓ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି। ରାଷ୍ଟ୍ରପତି ସେମାନଙ୍କ ସହ କଥା ହେବା ସହ ସମାନଙ୍କୁ ପ୍ରେରଣା ଯୋଗାଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ‘ଅତୁଟ ବନ୍ଧନ’ର ୱେବ୍‌ସାଇଟକୁ ଶୁଭାରମ୍ଭ କରିବା ସହ ସେଇ ଅନୁଷ୍ଠାନର କର୍ମକର୍ତ୍ତା, ପ୍ରତିଷ୍ଠାତା ଓ ସେଇ ପରିବାରର ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଛନ୍ତି।‘ଅତୁଟ ବନ୍ଧନ’ ଯେଉଁ ଛାତ୍ରଛାତ୍ରୀମାନେ ଟଙ୍କା ଅଭାବରୁ ମେଡିକାଲ୍ ପାଠ ପଢ଼ି ପାରୁନଥିଲେ ସେମାନଙ୍କୁ ସାହଯ୍ୟର ହାତ ବଢ଼େଇ ସେମାନଙ୍କ ପାଠ ପଢ଼ିବାର ଦାୟିତ୍ବ ବହନ କରିଛି। ବର୍ତ୍ତମାନ ଏଇ ଅନୁଷ୍ଠାନ ଦ୍ବାରା ୫୨ ଜଣ ଛାତ୍ରଛାତ୍ରୀ ମାଗଣାରେ ପାଠ ପଢି ଡ଼ାକ୍ତର ହେବାର ସ୍ବପ୍ନକୁ ସାକାର କରିଛନ୍ତି। ଏହିଭଳି ଗରିବ ପିଲାଙ୍କୁ ସାହାଯ୍ୟ କରିଥିବା ଅନୁଷ୍ଠାନକୁ ରାଷ୍ଟ୍ରପତି ଭୂୟସୀ ପ୍ରସଂଶା କରିବା ସହ ଆଗକୁ ଅନେକ ପିଲାଙ୍କ ସ୍ବପ୍ନ କିପରି ପୁରଣ କରିହେବ ସେନେଇ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଉତ୍ସାହିତ କହିଛନ୍ତି।

 

 

ଆସନ୍ତାକାଲି କାଲି କଟକରେ ୭ଟି କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି । କଟକ ଚଣ୍ଡୀ ମନ୍ଦିର, ଉତ୍କଳ ଗୌରବ ମଧୁସୁଦନ ଦାସଙ୍କ ବାସ ଭବନ, ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ, ନେତାଜୀଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ । ଉଚ୍ଚ ନ୍ୟାୟାଳୟର ୭୫ ତମ ପ୍ରତିଷ୍ଠା ଦିବସର ପୂର୍ତ୍ତି ଉତ୍ସବ, ଜାତୀୟ ଆଇନ୍ ବିଶ୍ବବିଦ୍ୟାଳୟ କଟକର ସମାବର୍ତ୍ତନ ଉତ୍ସବ, ଏସସିବିର ବାର୍ଷିକୋତ୍ସବରେ ଯୋଗଦାନ କରିବେ । ସେହିପରି ୨୭ ତାରିଖରେ ଭୁବନେଶ୍ବର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ପରେ ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗଦାନ କରିବା କାର୍ଯ୍ୟକ୍ରମ ରହିଛି ।