ଝାରପଡ଼ା ଗୁଳିମାଡ଼ ଘଟଣା, ବିଜେପି ନେତା ପ୍ରଭାତ ମାର୍ଥା ଗିରଫ

ଭୁବନେଶ୍ବର: ଝାରପଡ଼ା କରପୋରେଟରଙ୍କ ଭାଇ ଓ ପୁତୁରାଙ୍କୁ ଗୁଳିମାଡ଼ ଘଟଣାରେ ପୋଲିସ କବଜାରେ ମୁଖ୍ୟ ଅଭିଯୁକ୍ତ ବିଜେପି ନେତା ପ୍ରଭାତ ମାର୍ଥା ।  ଗତ ବୁଧବାର ରାତିରେ ଗାଡି ସାଇଡ ମରାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିଲା । ଏହି ଘଟଣାରେ ପୂର୍ବରୁ ଦୁଇଜଣଙ୍କୁ ଗିରଫ କରିଥିଲା ପୋଲିସ । ସେମାନଙ୍କ ଠାରୁ ଦୁଇଟି ବନ୍ଧୁକ, ଗୁଳି ଜବତ କରାଯାଇଛି  । ଜବତ ବନ୍ଧୁକକୁ ଫୋରେନସିକ ଲ୍ୟାବକୁ ପଠାଯାଇଛି । ଉଭୟ ପକ୍ଷର ୮ ଜଣଙ୍କ ବୟାନ ରେକର୍ଡ କରାଯାଇଛି  ପ୍ରଭାତଙ୍କ ଅନ୍ୟତମ ସହଯୋଗୀ ଅମିତ ମାର୍ଥାଙ୍କୁ ମଧ୍ୟ ଉଠାଇନେଇଛି ପୋଲିସ । ପ୍ରଭାତଙ୍କୁ ଧରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ ।