ପୂଜା ମଣ୍ଡପରେ ୫୦ରୁ ଅଧିକ ଲୁଟ୍
ଆପଣ ପୂଜା ବୁଲିବାକୁ ଯାଉଛନ୍ତି ଯଦି ସତର୍କ ହୋଇଯାଆନ୍ତୁ । କାରଣ ଅଭ୍ୟାସଗତ ଅପରାଧୀ ଓ ଲୁଟେରା ଗ୍ୟାଙ୍ଗ ଲୁଟିବାକୁ ଅପେକ୍ଷା କରି ରହିଛନ୍ତି । ମା’ଙ୍କ ପୂଜା ଆରମ୍ଭରୁ ଭୁବନେଶ୍ବରରେ ଶତାଧିକ ଲୁଟ ଖବର ସାମାନାକୁ ଆସିଛି । ତେବେ ପୋଲିସ ପାଖରେ ଏନେଇ ଅଧା ଅଭିଯୋଗ ହୋଇଛି । ସାରା ସହରରେ ପୁଲିସ ଝାଉଣି ଥିଲେ ବି ଲୁଟେରା ଚକ୍ମାଦେଇ ଗୋଟିଏ ଦିନରେ ୫୦ରୁ ଊର୍ଧ୍ବ ଲୋକଙ୍କୁ ଲୁଟିଛନ୍ତି। ରାଜଧାନୀର ବିଭିନ୍ନ ମଣ୍ଡପ ଅଞ୍ଚଳରୁ ଲୁଟେରାମାନେ ୫୦ରୁ ଊର୍ଧ୍ବ ଲୋକଙ୍କ ଠାରୁ ଲୁଟ୍ପାଟ କରିଥିବା ଅଭିଯୋଗ ହୋଇଛି। ଆଗକୁ ନବମୀ ଓ ଦଶମୀ ରହିଛି। ସେହିପରି ରାଜଧାନୀରେ ଭସାଣି ଉତ୍ସବ ବି ବେଶ୍ ଆଡ଼ମ୍ବର ସହ ହୁଏ। ତେଣୁ ଏହି ସମୟରେ ଜନଗହଳିର ସୁଯୋଗନେଇ ଲୁଟେରାଙ୍କ ଦୌରାତ୍ମ ଆହୁରି ବଢ଼ିବା ଆଶଙ୍କା ରହିଛି। ସେପଟେ ବମିଖାଲ ପୂଜା ମଣ୍ଡପରୁ ଲୁଟ ଘଟଣାରେ ପୋଲିସ ହାତରେ ୮ ଅଭିଯୁକ୍ତ ଧରାପଡ଼ିଛନ୍ତି । ଲୁଟ ଉଦ୍ୟମ ବେଳେ କାବୁ କରିଛି ପୋଲିସ । ଲୁଟ୍ ବେଳେ ସିସିଟିଭି ଦେଖି ବମିଖାଲ ପୂଜା ମଣ୍ଡପ କର୍ମକର୍ତ୍ତା ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ପହଞ୍ଚି ୮ ଅଭିଯୁକ୍ତଙ୍କୁ ଥାନାକୁ ନେଇଛି । ସେମାନଙ୍କ ନାଁରେ ଆଉ କେଉଁଠି ମାମଲା ରହିଛି, ସେ ନେଇ ଖୋଳତାଡ଼ ଜାରି ରହିଛି ।