ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍

ବ୍ଲାକମେଲ କୁଇନ୍ ଅର୍ଚ୍ଚନା ନାଗ ମାମଲାରେ ଦାଖଲ ହେଲା ଚାର୍ଜସିଟ୍ । ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କ ନାଁରେ ଜେଏମଏଫସି-୫ କୋର୍ଟରେ ଦାଖଲ ହେଲା ଚାର୍ଜସିଟ୍ । ୨୪ଶହ ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ଖଣ୍ଡଗିରି ପୁଲିସ । ଚାର୍ଜସିଟରେ ଅର୍ଚ୍ଚନାଙ୍କ ହନିଟ୍ରାପର ପୁରା କାହାଣୀ ରହିଛି । କିପରି ଜଣଙ୍କ ପରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିକୁୁ ଫସାଇ ବ୍ଲାକମେଲ କରି ଟଙ୍କା ଲୁଟୁଥିଲେ । କାହାକୁ ମୋହରା ବନାଇ ବ୍ଲାକମେଲ କରୁଥିଲେ ତାହା ଉପରେ ଚାର୍ଜସିଟରେ ଉଲ୍ଲେଖ ଥିବା ସୂଚନା ମିଳିଛି ।ଜେରା ସମୟରେ ପୋଲିସ ଉଭୟଙ୍କ ସମ୍ପର୍କରେ ଅନେକ ତଥ୍ୟ ହାତେଇଥିଲା । ସମସ୍ତ ତଥ୍ୟକୁ କୋର୍ଟରେ ଦାଖଲ କରିଛି ପୋଲିସ । ଏହା ଛଡ଼ା ବିଭିନ୍ନ ଲୋକଙ୍କ ସହ କୋଟିଏରୁ ଅଧିକ ଟଙ୍କାର ଆଥିର୍କ କାରବାର କରିଥିବା ଜଣାପଡିଛି ।