ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା

ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି ୮ଟାରେ ମୋଦୀଙ୍କ ରାଲି ବିଜେପି ପାର୍ଟି ଅଫିସରୁ ବାହାରି ବାଣୀବିହାର ପର୍ଯ୍ୟନ୍ତ ଯିବ । ପ୍ରଧାନମନ୍ତ୍ରୀଙ୍କ ରାଲି ପୂର୍ବରୁ ଭୁବନେଶ୍ୱରରେ ପହଂଚିଛନ୍ତି ବ୍ଲାକ କ୍ୟାଟ କମାଣ୍ଡୋ । ସୁରକ୍ଷା ସ୍ଥିତିର ଯାଂଚ କରିଛନ୍ତି ବ୍ଲାକ କ୍ୟାଟ କମାଣ୍ଡୋ । ରାତିରେ ରାଜଭବନରେ ରାତ୍ରିଯାପନ କରିବେ ।

ଏହା ପରଦିନ ଅର୍ଥାତ୍ ୧୧ ତାରିଖରେ ତିନିଟି ଜନସଭାରେ ସାମିଲ ହେବେ । ପ୍ରଥମେ ସକାଳ ୯ଟା ୩୦ରେ କନ୍ଧମାଳ ଷ୍ଟାଡିୟମ ପଡ଼ିଆରେ ଏକ ସମାବେଶରେ ଯୋଗଦେବେ । ଦିନ ୧୧ଟା ୩୦ରେ ବଲାଙ୍ଗୀରରେ ଆୟୋଜିତ ସାଧାରଣ ସଭାରେ ଉଦବୋଧନ ଦେବେ । ଦିନ ଗୋଟାଏରେ ବରଗଡ଼ ଟୋଲ ଗେଟ ପଡ଼ିଆରେ ମୋଦୀ ବିଶାଳ ଜନସଭାକୁ ସମ୍ବୋଧିତ କରିବେ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ ପାଇଁ ସ୍ୱତନ୍ତ୍ର ସୁରକ୍ଷା ବ୍ୟବସ୍ଥା ହୋଇଛି ।

ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ କମିଶନର ସଂଜୀବ ପଣ୍ଡା । ମୋଦୀଙ୍କ ରୋଡ ସୋ’ ପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୁଲିସ ଫୋର୍ସ । ୫ ଡିସିପିଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥା ଯାଂଚ ହେଉଛି ।