ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା

ଭୁବନେଶ୍ୱର: ମେ ୨୯ ତାରିଖରୁ ଆରମ୍ଭ ହେବ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା । ରାଜ୍ୟରେ ୨୦୬୭ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବା କନିଷ୍ଠ ମହାବିଦ୍ୟାଳୟ ଥିବାବେଳ ସେଥିରୁ କଳାରେ ୨ ଲକ୍ଷ ୭୭ ହଜାର ୩୮୮, ବିଜ୍ଞାନରେ ୧ ଲକ୍ଷ ୬୩ ହଜାର ୩୦୪, ବାଣିଜ୍ୟରେ ୪୫ ହଜାର ୩୩୨ ଏବଂ ସଂସ୍କୃତରେ ୧୩ ହଜାର ୩୩୨ଟି ଆସନ ରହିଛି । ନାମଲେଖା ପାଇଁ ଖୋଲିବ ସାମ୍ସ ପୋର୍ଟାଲ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଛି ସୂଚନା ।