ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଏହା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ମଧ୍ୟ ପ୍ରକାଶ ପାଇଛି ।  ଚଳିତବର୍ଷ କଳାରେ ୨ ଲକ୍ଷ ୨୯ ହଜାର ୧୧୦ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ସେହିପରି ଧନ୍ଦାମୂଳକରେ ୫ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଧନ୍ଦାମୂଳକ ଶିକ୍ଷାରେ ମୋଟ ୩ ହଜାର ୮୬୦ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ଏହି ମୋଟ୍‌ ପାସ ହାର ମଧ୍ୟରୁ ଛାତ୍ରୀଙ୍କ ପାସ୍ ହାର ୭୧.୧୦ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର ୬୪.୨୩ ପ୍ରତିଶତ ରହିଛି । ସେହିପରି ଯୁକ୍ତ ଦୁଇ କଳାରେ ମୋଟ୍ ୧ ଲକ୍ଷ ୮୧ ହଜାର ୮୬୯ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି । କଳାରେ ପାସହାର ରହିଛି ୭୮.୮୮ ପ୍ରତିଶତ । ଯୁକ୍ତଦୁଇ କଳରେ ପ୍ରଥମ ଶ୍ରେଣୀରେ ୩୨ହଜାର ୭୮୨ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଦ୍ବିତୀୟ ଶ୍ରେଣୀରେ ୩୨ ହଜାର ୪୬୧ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିପରି ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି ୧ ଲକ୍ଷ ୧୬ହଜାର ୧୭୯ ଛାତ୍ରଛାତ୍ରୀ ।