ପ୍ରକାଶ ପାଇଲା +୨ ପ୍ରଥମ କଟଅଫ୍ ମାର୍କ

ଭୁବନେଶ୍ୱର: ପ୍ରକାଶ ପାଇଲା +୨ ପ୍ରଥମ କଟଅଫ୍ ମାର୍କ। କଳା, ବାଣିଜ୍ୟ ଓ ବିଜ୍ଞାନରେ ରେଭେନ୍ସା ଆଗରେ । କଳାରେ ୮୦ ପ୍ରତିଶତ, ବିଜ୍ଞାନରେ ୯୧.୬୭, ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟଅଫ୍‌ । ବିଜେବି କଲେଜରେ ବିଜ୍ଞାନରେ ୮୯ ପ୍ରତିଶତ, ବାଣିଜ୍ୟରେ ୭୩ ପ୍ରତିଶତ, ବାଲେଶ୍ବର ଏଫଏମ କଲେଜରେ ବିଜ୍ଞାନରେ ୯୦ ପ୍ରତିଶତ ରହିଛି କଟଅଫ୍ ମାର୍କ । ଚଳିତବର୍ଷ ୪ ଲକ୍ଷ ୭୨ ହଜାର ୨୭୯ ଛାତ୍ରଛାତ୍ରୀ ଆବେଦନ କରିଥିଲେ ନାମଲେଖା ପାଇଁ । ପ୍ରଥମ ପର୍ଯ୍ୟାୟ ନାମଲେଖା ପାଇଁ ମନୋନୀତ ହୋଇଛନ୍ତି ୪ ଲକ୍ଷ ୧୨ ହଜାର ୩୬୮ ଜଣ ଛାତ୍ରଛାତ୍ରୀ । କଳାରେ ସର୍ବାଧିକ ୨ ଲକ୍ଷ ୫୩ ହଜାର ୧୭୮ ଜଣ, ବାଣିଜ୍ୟରେ ୨୫ ହଜାର ୧୬୮ ଜଣ ଓ ବିଜ୍ଞାନରେ ୧ ଲକ୍ଷ ୨୧ ହଜାର ୦୨୩ ଜଣ ମନୋନୀତ ହୋଇଛନ୍ତି । ବାକି ୫୯ ହଜାର ୯୧୧ ଛାତ୍ରଛାତ୍ରୀ ଦ୍ଵିତୀୟ ଓ ସ୍ପଟ୍ ଆଡମିଶନ ପାଇଁ ରହିଯାଇଛନ୍ତି ।