ଭୁବନେଶ୍ୱର: ପୁଷ୍ଟିର ପାୱାର ହାଉସ୍ ମିଲେଟ୍ । ପାଟିକୁ ସୁଆଦ, ଦେହକୁ ହିତ । ମିଲେଟ୍ ଚାହିଦା ବଢୁଛି । ଏହାର ବ୍ୟବହାର ଆହୁରି ବଢ଼ାଇବା ପାଇଁ ଉଦ୍ୟମ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ପ୍ରତ୍ୟେକ ବ୍ୟକ୍ତିଙ୍କୁ ମିଲେଟର ଉପକାରିତା ବିଷୟରେ ଅବଗତ କରାଯିବ । ପିଲାଙ୍କ ଟିଫିନ ବକ୍ସରେ ରହିବ ମାଣ୍ଡିଆ । ରୋଗୀଙ୍କ ଖାଦ୍ୟ ତାଲିକାରେ ବି ରହିବ । ସ୍ବାସ୍ଥ୍ୟକର ମିଲେଟର ଅଧିକ ବ୍ୟବହାର ପାଇଁ ସଚେତନତା ସୃଷ୍ଟି ଲାଗି ରାଜ୍ୟ କୃଷି ବିଭାଗ ଗୁରୁତ୍ବ ଦେଇଛି । ସ୍କୁଲ ଓ ଗଣଶିକ୍ଷା, ସ୍ବାସ୍ଥ୍ୟ ଏବଂ ମିଶନ ଶକ୍ତି ବିଭାଗର ସହଯୋଗରେ ମିଲେଟ ବ୍ୟବହାର ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ସ୍କୁଲ ଛାତ୍ରଛାତ୍ରୀଙ୍କୁ ମିଲେଟର ଉପକାରିତା ସମ୍ପର୍କରେ ବୁଝାଇ ମଧ୍ୟାହ୍ନ ଭୋଜନରେ ଏହା ସାମିଲ କରିବାକୁ ଲକ୍ଷ୍ୟ ରହିଛି । ମେଡିକାଲରେ ମିଲେଟର ବହୁଳ ବ୍ୟବହାର ଉପରେ ରାଜ୍ୟ ସରକାର ଫୋକସ୍ କରିଛନ୍ତି । ଏହାସହ ମିଶନ ଶକ୍ତି କାଫେ ଜରିଆରେ ମିଲେଟ ଖାଦ୍ୟର ପ୍ରସାର ଓ ଅଧିକ ମହିଳାଙ୍କୁ ରୋଜଗାର ଦେବା ପାଇଁ ଗୁରୁତ୍ବ ଦିଆଯାଉଛି ।
Trending
- ସାରା ଦେଶରେ ଜାଲି ଭୋଟର କାର୍ଡ ଯାଞ୍ଚ ହେବ
- ବିଜେଡି ଛାଡୁଛନ୍ତି ଅସନ୍ତୁଷ୍ଟ ବରିଷ୍ଠ ନେତା
- ଅସନ୍ତୁଷ୍ଟ ନେତାଙ୍କ ଉପରେ ବର୍ଷିଲେ ମନ୍ମଥ, ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର
- ୪ ବରିଷ୍ଠ ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀସ୍ତରରେ ଅଦଳବଦଳ
- ଆସୁଛି ଆଉ ଏକ ଲଘୁଚାପ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
Prev Post