ଗୋଠପାଟଣା-ଦାସପୁରରେ ପ୍ରତିଷ୍ଠା ହେବ ନୂଆ ସହର

ଭୁବନେଶ୍ୱର ଗୋଠପାଟଣା- ଦାସପୁରରେ ସୃଷ୍ଟି ହେବ ନିୟୁ ସିଟି । କେନ୍ଦ୍ର ସରକାର ଙ୍କ ଅନୁମୋଦନ ପରେ ଏଠାରେ କାର୍ଯ୍ୟ ଆରମ୍ଭ କରାଯିବ। ରାଜ୍ୟ ସରକାର ଏନେଇ କେନ୍ଦ୍ରକୁ ପ୍ରସ୍ତାବ ଦେଇଛନ୍ତି । ସର୍ବଭାରତୀୟ ସ୍ତରରେ ନୂଆ ସହର ଗଢି ତୋଳିବା ରେସରେ ବିଡିଏ ଆଗରେ ଅଛି । ୮୨୧ ଏକର ଜାଗାରେ ନିର୍ମାଣ ହେବ ନୂଆ ସହର । ଦେଢ଼ରୁ ଦୁଇ ଲକ୍ଷ ଲୋକଙ୍କ ରହଣି ପାଇଁ ହେବ ବ୍ୟବସ୍ଥା । ଅତ୍ୟାଧୁନିକ ସୁବିଧା ସହ ୧୫ ମହଲା ଆପାର୍ଟମେଣ୍ଟ ନିର୍ମାଣ ହେବ । ଆପାର୍ଟମେଣ୍ଟ ନିକଟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ସହ ପାର୍କ, ଜିମ୍‌, ମାର୍କେଟ କମ୍ପ୍ଲେକ୍ସ, ହସ୍ପିଟାଲ, ସ୍କୁଲ, ସିନେମା ହଲ, ସପିଂ ମଲ, ସୁଇମିଂ ପୁଲ, ଖେଳ ପଡ଼ିଆ ଆଦି ନିର୍ମାଣ ହେବ ।