ଏବେ ତାଳ ଗଛ କାଟିବାକୁ ବନବିଭାଗ ଠାରୁ ଅନୁମତି ନେବାକୁ ପଡିବ

Asian Sugar palm, known as doub palm, palmyra palm, tala or tal palm, toddy palm, wine palm or ice apple, uprisen angle view, side shot, grown up in tropical forest, central Thailand.

ଦିନକୁ ଦିନ ବଢିଚାଲିଛି ବଜ୍ରପାତଜନିତ ମୃତ୍ୟୁ ସଂଖ୍ୟ । ବଜ୍ରପାତ କାରଣରୁ ଅନେକ ଜୀବନହାନି ହେଉଛି । ପୂର୍ବରୁ ତାଳଗଛ ପାଇଁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମ ରହୁଥିଲା । କିନ୍ତୁ ଏବେ ରାଜ୍ୟରେ ତାଳଗଛ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି । ଯାହାକୁ ଦୃଷ୍ଟିରେ ରଖି ବଡ ନିଷ୍ପତ୍ତି ନେଇଛନ୍ତି ପିସିସିଏଫ୍ । ପିସିସିଏଫ ଦେବିଦତ୍ତ ବିଶ୍ୱାଳ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଏଣିକି ମନ ଇଚ୍ଛା କାଟି ପାରିବେନି ତାଳଗଛ । ନିଜ ଜାଗାରେ ଥିବା ତାଳ ଗଛ କାଟିବାକୁ ମଧ୍ୟ ବନବିଭାଗ ଠାରୁ ଅନୁମତି ନେବାକୁ ପଡିବ ।  ରାଜ୍ୟରେ ବଢୁଥିବା ବଜ୍ରପାତ ଜନିତ ମୃତ୍ୟୁକୁ ନେଇ ଏଭଳି ନିୟମ କଡାକଡ଼ି କରାଯାଇଛି  । ବିନା ଅନୁମତିରେ ତାଳ ଗଛ କାଟିଲେ ହେବ କାର୍ଯ୍ୟାନୁଷ୍ଠାନ  ।କେବଳ ଏତିକି ନୁହେଁ ରାଜ୍ୟରେ କିଭଳି ତାଳଗଛ ସଂଖ୍ୟା ବୃଦ୍ଧି କରାଯିବ ସେନେଇ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ଚଳିତ ବର୍ଷ ରାଜ୍ୟରେ ୧୯ ଲକ୍ଷ ତାଳ ଗଛ ଲଗାଯିବାକୁ ନିଷ୍ପତି ନେଇଛି ବନ ବିଭାଗ  । ପ୍ରତି ଫରେଷ୍ଟ ବ୍ଲକର ଚାରି ପଟେ ଚାରୋଟି ଲେଖାଏଁ ତାଳ ଗଛ ଲଗାଯିବ  । ଏଥିପାଇଁ ସାଢେ ୭ କୋଟି ଟଙ୍କା ଖର୍ଚ୍ଚ ହେବ  । ବଜ୍ରପାତ କମାଇବାକୁ ଏଭଳି ନିଷ୍ପତି ନିଆଯାଇଥିବା ବେଳେ କୃଷି ବିଭାଗକୁ ମଧ୍ୟ ତାଳ ଗଛ ରୋପଣ ପାଇଁ ଏସଆରସି ନିର୍ଦେଶ ଦେଇଥିବା ସୂଚନା ମିଳିଛି ।