୨୦୧୭ ମସିହା ଜୁନ୍ ୩୦ ଓ ଜୁଲାଇ ୧ ତାରିଖର ମଧ୍ୟରାତ୍ରରେ ସଂସଦର କେନ୍ଦ୍ରୀୟ ହଲ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଏସ୍ଟି (ସାମଗ୍ରୀ ଓ ସେବା ଟିକସ) ଏହି ନୂଆ ଟିକସ ବ୍ୟବସ୍ଥାକୁ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନୁଷ୍ଠାନିକ ଭାବେ ଆରମ୍ଭ ଘୋଷଣା କରିଥିଲେ। ସେହି ସମୟରେ ଦେଶର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ରହିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ଦ୍ବାରା ଲାଗୁ ହେଉଥିବା ଏକାଧିକ ପରୋକ୍ଷ ଟିକସକୁ ମିଶାଇ ଜିଏସ୍ଟି ପ୍ରସ୍ତୁତ ହୋଇଛି।
ଦେଶର ଜଟିଳ ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଲାଗି ଚଳିତ ସହସ୍ରାଦ୍ଦୀର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଜିଏସ୍ଟି ଚିନ୍ତାଧାରାକୁ ଉପସ୍ଥାପିତ କରାଯାଇଥିଲା। କେଲକାର ଟାସ୍କ ଫୋର୍ସ ଏ ନେଇ ପ୍ରସ୍ତାବ ଦେଇଥିଲା। ୨୦୧୬ ଅଗଷ୍ଟରେ ସଂସଦରେ ସମ୍ବିଧାନର ୧୦୧ତମ ସଂଶୋଧନ ଜରିଆରେ ସରକାରଙ୍କୁ ଏହି ଟିକସ ଲଗାଇବା ଏବଂ ଆଦାୟ କରିବାକୁ ଅଧିକାର ପ୍ରଦାନ କରାଯାଇଥିଲା।ତେବେ ଉକ୍ତ ଟିକସକୁ କାର୍ଯ୍ୟକାରୀ କରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଜିଏସ୍ଟି ପରିଷଦ ଗଠନ କରାଯାଇଛି। ଗୋଟିଏ ଦେଶରେ ଗୋଟିଏ ଟିକସ ଚିନ୍ତାଧାରାକୁ ଦୃଷ୍ଟିରେ ରଖି ଜିଏସ୍ଟିକୁ କାର୍ଯ୍ୟକାରୀ କରାଯାଇଥିଲା। ଜିଏସ୍ଟି କାର୍ଯ୍ୟକାରୀ ହେବାଫଳରେ ପରୋକ୍ଷ ଟିକସ ବ୍ୟବସ୍ଥାକୁ ଅଧିକ ବ୍ୟବସ୍ଥିତ କରାଯାଇଛି। ଭାରତରେ ୫ଟି ହାର ଯଥା ୦%, ୫%, ୧୨%, ୧୮% ଏବଂ ୨୮%ରେ ଜିଏସ୍ଟି ଆଦାୟ ହେଉଛି। ଜିଏସ୍ଟିରେ ହେଉଥିବା ପରିବର୍ତ୍ତନ ସଂପର୍କରେ ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ହେଉଛି ଜିଏସ୍ଟି ପରିଷଦ। ନିୟମିତ ବ୍ୟବଧାନରେ ଏହି ପରିଷଦର ବୈଠକ ହୋଇଥାଏ। ବର୍ତ୍ତମାନ ସୁଦ୍ଧା ୫୩ଥର ଜିଏସ୍ଟି ପରିଷଦର ବୈଠକ ହୋଇସାରିଲାଣି।
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି