ପଦ୍ମଶ୍ରୀ ହଳଧର ନାଗଙ୍କୁ ସମ୍ମାନିତ କରିବ ନେପାଳ

ବରଗଡ: ବିଶ୍ବସ୍ତରୀୟ ମଞ୍ଚରେ ନେପାଳର କାଠମାଣ୍ଡୁରେ ସମ୍ମାନିତ ହେବେ ପଦ୍ମଶ୍ରୀ  ହଳଧର ନାଗ । ଏଥିପାଇଁ ଆଜି ସେ କାଠମାଣ୍ଡୁ ଗସ୍ତ କରିଛନ୍ତି । ବରଗଡ ଜିଲ୍ଲା ତଥା ସାରା ଓଡିଶାର ଗର୍ବ ଓ ଗୌରବ ପଦ୍ମଶ୍ରୀ ହଳଧର ନାଗଙ୍କ ଦ୍ବାରା ସମ୍ବଲପୁରୀ ଭାଷାରେ ଲିଖିତ କବିତା ସାରା ବିଶ୍ବରେ ନାମ କରିଥିବା ବେଳେ, ତାଙ୍କୁ କାଠମାଣ୍ଡୁର ବିଶ୍ବସ୍ତରୀୟ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ନିମନ୍ତ୍ରିତ କରାଯାଇଛି ।