ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ମିଳିବ

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନକୁ ନେଇ କେନ୍ଦ୍ର ରାଜ୍ୟ ସରକାର ଭିତରେ କାଦୁଅ ଫୋପଡା ଫୋପଡି ଚାଲିଥିବା ବେଳେ ଏବେ ଚାଷୀଙ୍କୁ ଫସଲ ବୀମା ମିଳିମା ନେଇ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିବା ପରେ ରାଜନୀତି ଜୋର ଧରିଛି । ବରଗଡ଼ ଜିଲ୍ଲାର ଚାଷୀଙ୍କୁ ବକେୟା ପ୍ରଧାନମନ୍ତ୍ରୀ ଫସଲ ବୀମା ରାଶି ତୁରନ୍ତ ପ୍ରଦାନ କରିବା ପାଇଁ ବୀମା କମ୍ପାନିକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ । ଏହା ପରେ ବିଜେଡି ପକ୍ଷରୁ କୁହାଯାଇଛି ବିଜେପିର ମିଛ ଧରାପଡିଲା । ସେପଟେ ଚାଷୀମାନେ ଇନପୁଟ ସବସିଡି ଦାବି କରୁଥିବା ବେଳେ ରାଜ୍ୟ ସରକାର 200 କୋଟି ଟଙ୍କା ଘୋଷଣା କରିଛନ୍ତି । ଚାଷୀଙ୍କ ଦାବିକୁ କେନ୍ଦ୍ର ଏବଂ ରାଜ୍ୟ ସରକାର ଗ୍ରହଣ କରିଥିବା ନେଇ ଚର୍ଚା ହେଉଛି । ତେବେ ଅନ୍ୟ କିଛି ପ୍ରସଙ୍ଗ ମଧ୍ୟ ପଦ୍ମପୁର ଚାଷୀଙ୍କର ରହିଛି । ଚାଷୀମାନେ ଏନେଇ ଆନ୍ଦୋଳନ ଚଳାଇଛନ୍ତି । ଉପନିର୍ବାଚନ ପୂର୍ବରୁ ଚାଷୀମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନାହାଁନ୍ତି ନେତା । ସେଥିପାଇଁ କୈାଣସି ପ୍ରାର୍ଥୀ ମଧ୍ୟ ନାମାଙ୍କନ ଦାଖଲ କରିନାହାଁନ୍ତି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ଦିନ ଥିବାରୁ ଏହାକୁ ନେଇ ମଧ୍ୟ ଆଲୋଚନା ହେଉଛି ।