Odisha ଓଡିଶା ସିମକାର୍ଡ ପାକିସ୍ତାନ ଲିଙ୍କ: ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଯାଜପୁରରୁ ଏସଟିଏଫ୍ ଉଠାଇଲା Last updated May 21, 2023 ଭୁବନେଶ୍ବର: ଓଡିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାରେ ସୋମବାରଠାରୁ ରିମାଣ୍ଡରେ ଆସିବ ପଠାଣି ସାମନ୍ତ ଲେଙ୍କା। ତେବେ ଏହି ଘଟଣାରେ ଆଉ ଦୁଇଜଣଙ୍କୁ ଏସଟିଏଫ ଅଟକ ରଖିଛି । ପାକିସ୍ତାନି ଆଇଏସଆଇ ଏଜେଣ୍ଟଙ୍କ ସହ ସମ୍ପର୍କ ଥିବା ନେଇ ତଦନ୍ତ ଚାଲିଥିବା ବେଳେ ଏସଟିଏଫକୁ ସାଙ୍ଘାତିକ ତଥ୍ୟ ମିଳିଛି। ଏହାଛଡ଼ା କେଉଁ କେଉଁ ଅଂଚଳରୁ ସିମକାର୍ଡ କିଣା ହୋଇଥିଲା ସେନେଇ ଚାଲିଛି ଖୋଳତାଡ଼ କେବେଠାରୁ ପାକିସ୍ତାନ ଆଇଏସଆଇଏଜେଣ୍ଟ ଲିଙ୍କରେ ଥିଲେ ତାର ତଦନ୍ତ ଚାଲିଛି। ନୟାଗଡ଼ର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କାର ଦୁଇ ସହଯୋଗୀ ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଏସଟିଏଫ୍ ଉଠାଇଥିବା ଜଣାଯାଇଛି। ଖୁବଶୀଘ୍ର ଫରେନ୍ସିକ ଲ୍ୟାବକୁ ଯିବ ଅଭିଯୁକ୍ତଙ୍କ ମୋବାଇଲ। ଏନଆଇଏ ଓ ଆଇବିକୁ ଏସଟିଏଫ୍ ସମସ୍ତ ତଥ୍ୟ ଦେଇଛି। ଆଗରୁ ଏହି ମାମଲାରେ ତିନିଜଣଙ୍କୁ ଗିରଫ କରାଯାଇଛି। Share