ଛୁଟିଦିନରେ ଖୋଲା ରହିବ ଓଟି

ଭୁବନେଶ୍ବର : ରାଜ୍ୟରେ ସ୍ବାସ୍ଥ୍ୟସେବାରେ ଅନେକ ସମସ୍ୟା କୁ ନେଇ ଏବେ ସରକାର ସଚେତନ ହୋଇଛନ୍ତି ରବିବାର ଓ ମାସର ଦ୍ବିତୀୟ ଓ ଚତୁର୍ଥ ଶନିବାର ରେ ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନରେ ଅସ୍ତ୍ରୋପଚାର ବନ୍ଦ ରହିବାକୁ ନେଇ ବିଭିନ୍ନ ସମୟରେ ଅଭିଯୋଗ ଆସୁଥିଲା । ଏହାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ସରକାରୀ ସ୍ବାସ୍ଥ୍ୟାନୁଷ୍ଠାନ ଉପରେ ନିର୍ଭର କରୁଥିବା ଗରିବ ଲୋକମାନେ ଏହାଯୋଗୁଁ ଉପକୃତ ହୋଇପାରୁ ନାହାନ୍ତି। ଏପରିକି ସେମାନଙ୍କୁ ବାଧ୍ୟହୋଇ ଘରୋଇ ହସ୍ପିଟାଲ ଉପରେ ନିର୍ଭର କରିବାକୁ ପଡ଼ୁଛି। ଏହାସହ ରାଜ୍ୟରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଫଳପ୍ରଦ ହୋଇପାରୁନାହିଁ। ତେଣୁ ଜରୁରୀ ପରିସ୍ଥିତି ପାଇଁ ଛୁଟିଦିନରେ ଓଟି ଖୋଲା ରଖିବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି।