ଆମେରିକାରେ ଯିବ ଅଲୋଡ଼ା ଶିଶୁକନ୍ୟା ଲିଲିୟାନା

କଟକ: ୪ ବର୍ଷ ତଳେ ବୁଦାମୂଳେ ପଡ଼ିଥିବା ଅଲୋଡ଼ା ପଡିଥିବା ଶିଶୁଟି ଏବେ ଯିବ ଆମେରିକା ।  ଲିଲିୟାନାକୁ ନନ୍ଦନକାନନ ନିକଟ ଏକ ବୁଦାମୂଳେ ତା ଜନ୍ମକଲା ମାଆ ଫୋପାଡ଼ି ଦେଇ ଚାଲିଯାଇଥିଲା । କୁନି ଝିଅକୁ କାମୁଡି ରକ୍ତାକ୍ତ କରି ଦେଇଥିଲେ ବୁଲା କୁକୁର। ହେଲେ ସେଦିନ ମୃତ୍ୟୁକୁ ଜିତିଥିବା କୁନି ଶିଶୁ ଏବେ ପାଇଛି ନୂଆ ଠିକଣା । ବସୁନ୍ଧରାରେ ବଢୁଥିବା ଲିଲିୟନା ଏବେ ଆମେରିକାରେ ରହିବ ।  ଆମେରିକାରେ ବଡ଼ ହେବ ଅଲୋଡ଼ା ଶିଶୁକନ୍ୟା ଲିଲିୟାନା ।  ଏବେ ତା ବାପା ଡେଭିଡ୍ ଆଉ ମାଆ ଆନା ତାକୁ ନେଇ ସ୍ବପ୍ନ ଦେଖିଛନ୍ତି। ଲିଲିୟନାକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି ଆମେରିକାର ଏହି ଦମ୍ପତି । ୪ ବର୍ଷ ତଳେ ଲିଲିୟାନାକୁ ନନ୍ଦନକାନନ ନିକଟ ଏକ ବୁଦାମୂଳେ ତା ଜନ୍ମକଲା ମାଆ ଫୋପାଡ଼ି ଦେଇ ଚାଲିଯାଇଥିଲା ।  ମୁହଁର ୬୦ ପ୍ରତିଶତ ନଷ୍ଟ ହେବା ପରେ ତାକୁ  ଦୁଇ ମାସର ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଥିଲା । ଏବେ ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ରରେ ଜୀବନର ଦ୍ବିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି ଲିଲିୟାନା ।